ଭଞ୍ଜନଗରରେ ଆରମ୍ଭ ହୋଇପାରିନାହିଁ ଘରୋଇ ବସ ସେବା

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା) : ସରକାର ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ମଧ୍ୟ କେତେକ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଭଞ୍ଜନଗର ଠାରେ ଘରୋଇ ବସ ସେବା ଆରମ୍ଭ ହୋଇପାରିନାହିଁ।ଏସମ୍ପର୍କରେ ଆଜି ଘରୋଇ ବସ ମାଲିକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ବିପ୍ର ଚରଣ ବାରିକ, ଏ. ବେଣୁ ଗୋପାଲ,ଗୋବିନ୍ଦ ଚନ୍ଦ୍ର ବାରିକ, ସନ୍ତୋଷ କୁମାର ସ୍ୱାଇଁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ଆସନ୍ତା ମାସ ୨ତାରିଖରେ ଭଞ୍ଜନଗର ଠାରୁ ଘରୋଇ ବସ ସେବା ଆରମ୍ଭ ହେବ।ଯାତ୍ରା ଶେଷରେ ବସଗୁଡିକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ ତେଣୁ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନର ଆବଶ୍ୟକତା ଥିବାରୁ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ସଂଘ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସହ ଆଲୋଚନା କରିବ।ଅସୁସ୍ଥ ଯାତ୍ରୀଙ୍କୁ ବାରଣ କରିବା ସହ ସମସ୍ତ ସରକାରୀ ନୀତି ନିୟମ ପାଳନ କରିବା ପାଇଁ ସଂଘ ପକ୍ଷରୁ ସ୍ଥିର ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ