ସାଢେ଼ ଛଅ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏଙ୍କ ନିର୍ଦ୍ଦେଶକ୍ରମେ ଆସିକା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ପାଟପୁର , ଶେରଗଡ଼ ଓ ଧରାକୋଟ ପୋଲିସ କର୍ମଚାରୀ ମାନେ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ସାଢ଼େ ଛଅ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଥିବା ଜଣାପଡିଛି । ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ – ଗଜପତି ସୀମାନ୍ତ ଅଞ୍ଚଳ ଟି . ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଘୋଡମ୍ବା ଗାଆଁ ନିକଟସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପୋଲିସ ପ୍ରଶାସନ ଓ ସ୍ଥାନୀୟ ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ୬୦ ଏକର ପାହାଡ ଅଞ୍ଚଳ ଜମିରେ ବିଛେଇ ହୋଇଥିବା ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଅଭିଯାନରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ , ଧରାକୋଟ ଥାନା ଅଧିକାରୀ ମମତା କୁମାରୀ ସାମନ୍ତରାୟ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।