ସାତ ଦଫା ଦାବି ପୂରଣ ନେଇ ବାଲେଶ୍ଵର ଆଲୋଏଜ୍ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ଇସ୍ପାତ ଆଲୋଏଜ ଏମ୍ପ୍ଲୋଇଜ ୟୁନିଅନ ପକ୍ଷରୁ ଶ୍ରମିକ ମାରଣ ନୀତି ବିରୋଧରେ ଇସ୍ପାତ ବାଲେଶ୍ଵର ଆଲୋୟେଜ଼ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦିଆଯାଇଥିଲା। ଏହି ଗଣ ଧାରଣା ରେ ୟୁନିୟନ ର ପରାମର୍ଶଦାତା ତଥା ବିଧାୟକ ସୁଧାଂଶୁ ଶେଖର ପରିଡା ଯୋଗ ଦେଈ କାରଖାନା ବନ୍ଦ ନକରି ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଈ ଆଲୋଚନା ମାଧ୍ୟମରେ ଶ୍ରମିକ ମାନଙ୍କ ଦାବି ପୂରଣ କରିବାକୁ ଅନୁରୋଧ କରିଥିଲେ। ୟୁନିୟନ ସଭାପତି ଶୁଭେନ୍ଦୁ ଦାସମଙ୍ଗରାଜ ଅଧ୍ୟକ୍ଷତା କରି କହିଥିଲେକି, ଦୀର୍ଘ ଛ ‘ବର୍ଷ ହେଲା ଶ୍ରମିକଙ୍କ ସହ ପରିଚାଳନା କର୍ତୃପକ୍ଷ ନୂତନ ଚୁକ୍ତିନାମା କରୁ ନାହାନ୍ତି, କାରଖାନା ଏବେ ପାଞ୍ଚ ମାସ ହେଲା ଶ୍ରମିକ ଙ୍କ ଉଦ୍ୟମ ଯୋଗୁଁ ଦଶ ଗୁଣ ଉତ୍ପାଦନ କରିଛନ୍ତି। କାରଖାନା ରେ ଶ୍ରମିକ ଅଶାନ୍ତି ସୃଷ୍ଠି କରିବା ୟୁନିଅନ ନୁହେଁ , ବଜାର ଦର ବୃଦ୍ଧି ପାଉଛି, ନୂତନ ଚୁକ୍ତି ପାଇଁ ପ୍ରଥମେ କର୍ତୃପକ୍ଷ ଆଲୋଚନା କରନ୍ତୁ। ସାମାନ୍ୟ ତ୍ରୁଟି ପାଇଁ ଚାରି ଜଣ କର୍ମଚାରୀଙ୍କୁ ଚାକିରୀ ରୁ ବହିଷ୍କାର କରି କମ୍ପାନୀ କର୍ତୃପକ୍ଷ ତାନାସାହି ଶାସନ କରିଲେ ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ଦୀର୍ଘ କୋଡିଏ ବର୍ଷ ଧରି କାରଖାନା ରେ ଚାକିରୀ କରି ଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଈ ସେମାନଙ୍କୁ ଚାକିରୀ ରୁ ବାହାର କରିଦେଇ ନୂତନ କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ଦୀର୍ଘ ଚାଳିଶ ବର୍ଷ ଧରି ଚାକିରୀ କରିଥିବା କର୍ମଚାରୀଙ୍କ ଭବିଷ୍ୟ ନିଧି ପାଣ୍ଠି ଓ ଇ ଏସ ଆଇ ବାବଦ ଅର୍ଥ ଅବସର ନେଇଥିବା କର୍ମଚାରୀ ଓ ଶ୍ରମିକ ମାନଙ୍କ ଅବସରକାଳୀନ ସୁବିଧା ପ୍ରଦାନ କରାଯାଉନାହିଁ।ଆର୍ଥିକ ଦୂରବସ୍ଥା ଯୋଗୁଁ କାରଖାନା ବନ୍ଦ /ଲକ ଆଉଟ ବେଳେ ଅନେକ ପୁରୁଣା କର୍ମଚାରୀ କାରଖାନା ରୁ ଚୋରି ଆଶଙ୍କା କରି ଦିନ ରାତି କାରଖାନାକୁ ବିନା ପାରିଶ୍ରମିକ ରେ ଜଗିଥିଲେ। ମାତ୍ର କାରଖାନା ଖୋଲିବା ପରେ ନୂତନ ମ୍ୟାନେଜମେଣ୍ଟ ପୁରୁଖା ଓ ଅଭିଜ୍ଞ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ନ ଦେଈ ନୂତନ ଶ୍ରମିକ ନିଯୁକ୍ତି ଦେଇଛି। ଏପରିକି ପୁରୁଣା ଶ୍ରମିକ ମାନଙ୍କ ବକେୟା ପାରିଶ୍ରମିକ ଦେଈ ନାହିଁ। ତେଣୁ ଶ୍ରମିକ ମାନେ ଇସ୍ପାତ ଆଲୋଏଜ ଏମ୍ପ୍ଲୋଇଜ ୟୁନିୟନ ର ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ନେତୃତ୍ୱରେ ରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଦେଇଛନ୍ତି। ଏହି ଧାରଣା ରେ ୟୁନିୟନ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କମ୍ପାନୀ ର ପରିଚାଳନା କର୍ତୃପକ୍ଷ ନିଜର ଜିଦଖୋର ମନୋଭାବ ପରିତ୍ୟାଗ କରି ମାନବିକତା ଓ ଆଇନ ମୁତାବକ ପୁରୁଖା ଏବଂ ଅଭିଜ୍ଞ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେଈ କାରଖାନାରେ ଶାନ୍ତି ପୂର୍ଣ୍ଣ ଶିଳ୍ପ ବାତାବରଣ ବଜାୟ ରଖିବାକୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ