ସାତ ଦିନକୁ ଥରେ ସଫା ହେବେ ମହାପୁରୁଷ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଆଉ ଅପରିଷ୍କାର ହୋଇ ପଡ଼ି ରହିବନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି । ପୂଜ୍ୟପୂଜା ଲାଗି ସରକାରଙ୍କ ଦୟାକୁ ଅପେକ୍ଷା କରାଯିବ ନାହିଁ । ରାଜଧାନୀରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ପ୍ରତି ସପ୍ତାହରେ ହେବ ସଫେଇ କାର୍ଯ୍ୟ । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଗଠିତ ହୋଇଛି ‘ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ । ପ୍ରତି ରବିବାର ପୂଣ୍ୟାତ୍ମାଙ୍କ ପାଇଁ ନାରା ଦେଇଛି ଏହି ଅଭିଯାନ । ପ୍ରତି ରବିବାର ସକାଳ ୮ଟାରୁ ୧୦ଟା ଯାଏ ରାଜଧାନୀରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଏହାର •ରିପାଖ ସଫେଇ ସହିତ ସ୍ମୃତି•ରଣ କରାଯିବ । ଏଥିଲାଗି ସଂସ୍କୃତିପ୍ରାଣ ସ୍ୱେଚ୍ଛାସେବୀମାନଙ୍କୁ ଏକାଠି କରାଯିବ । ତେବେ ଆଜି ପ୍ରଥମ ଦିନରେ ଭୁବନେଶ୍ୱରର ଗୋପବନ୍ଧୁ ଛକରେ ଥିବା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିସ୍ଥଳ ସଫେଇ କରିବା ସହିତ ସେହି ପରିବେଶରେ ବଉଳ ଓ ସେବତୀ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, ପୂଜ୍ୟପୂଜା ହେଉଛି ଓଡ଼ିଶାର ପାତାଳଭେଦୀ ସଂସ୍କୃତି । ଯେଉଁ ଜାତି ନିଜର ପୂର୍ବଜ ତଥା ମହାପୁରୁଷମାନଙ୍କୁ ଉଚିତ୍ ସମ୍ମାନ ଦିଏ, ସେ ଜାତି ସେତେ ଅଧିକ ସମୃଦ୍ଧ ହୁଏ । ହେଲେ ଏବେ ଦେଖାଯାଉଛି, ଅନେକ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତ ନିର୍ମାଣ ହେଉଛି ହେଲେ ତାହାର ଉଚିତ୍ ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଅପରିଷ୍କାର ପରିବେଶ ମଧ୍ୟରେ ମହାମନିଷୀମାନଙ୍କୁ ରହିବାକୁ ହେଉଛି ଯାହା ଅତ୍ୟନ୍ତ ଦୁଃଖର ବିଷୟ । ତେଣୁ ପ୍ରଶାସନର ପ୍ରୟାସକୁ ଅପେକ୍ଷା ନ କରି ଆମେ ନିଜେ ପୂଜ୍ୟପୂଜା ସଂସ୍କୃତିକୁ ଆଗକୁ ବଢାଇବା । ସେହି ଦିଗରେ ‘ପୂଜ୍ୟପୂଜା ସଂସ୍କୃତି ଅଭିଯାନ’ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଯେଉଁମାନେ ବି ଏଭଳି ମହତ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ •ହୁଁଛନ୍ତି, ସେମାନେ ଆସନ୍ତା ରବିବାର ସକାଳ ୮ ଘଟିକା ସମୟରେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଉପସ୍ଥିତ ରହିବାକୁ କାର୍ଯ୍ୟକ୍ରମର ସଂଯୋଜକ ଯୁବ ସାମ୍ବାଦିକ କିଶନ ବରାଇ ଅନୁରୋଧ କରିଛନ୍ତି । ଆଜି ଉକ୍ରଳମଣିଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମରେ ଅଭିଯାନର ସଦସ୍ୟ ବିଜୟ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ମୋହନ ବଳିସିଂହରାୟ, ବିଶ୍ୱଜିତ୍ ସ୍ୱାଇଁ, ଡ଼ମ୍ବରୁଧର ହରଣସିଂହ, ସାଧୁଚରଣ ବେହେରା, ବିଶ୍ୱନାଥ ପ୍ରଧାନ, ନାରାୟଣ ଖୁଣ୍ଟିଆ, ଅସିତ ଦାସ, ବେଣୁଧର ହରିଚନ୍ଦନ, ନବକିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରୂପମା ମଲ୍ଲିକ, ସୁନିତା ସେନାପତି, ବିଶ୍ୱରଞ୍ଜନ ରାଉତ, ସଞ୍ଜୀବ ପଣ୍ଡା, ଶବିଶଙ୍କର ଡ଼ାକୁଆ, ଉମାକାନ୍ତ ସାହୁ, ଅରବିନ୍ଦ ତ୍ରିପାଠୀ, ଅଲେଖ ଜେନା, ଦାସରଥି ଜେନା, ନିରଞ୍ଜନ ସାହ, ଲକ୍ଷ୍ମର ଦାଶ, ଦୀପକ ସାହୁ, ଶବି ପ୍ରସାଦ ସାହୁ, ବାବୁଲା କୁମାର ଧଳ ଦିପ୍ତିରଞ୍ଜନ ରାଉତ, ବିଶ୍ୱସ୍ମିନି ସେନାପତି ପ୍ରମୁଖ ଯୋଗ ଦେଇ ଶ୍ରମଦାନ କରିଥିଲେ ।