କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କଲେ ଗଂଜାମ ଜିଲ୍ଲାପାଳ 

ଛତ୍ରପୁର(ଯୁଗାବ୍ଦ ନୁୃ୍ୟଜ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ସ୍ଥିତ ଞ୍ଜଞ୍ଜଞ୍ଜ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ଉତ୍ପାଦିତ ହେଉଥିବା ସଙ୍କର ଜାତୀୟ ଦିନିକିଆ କୁକୁଡ଼ା ଚିଆଁ ସ୍ୱୟଂ ସହାୟକ ଗୋଷ୍ଠୀ (ମହିଳା)ଙ୍କୁ ବଣ୍ଟନ କରିଥିଲେ । ଦିନିକିଆ ଚିଆଁ ଉକ୍ତ ଉତ୍ପାଦନ କେନ୍ଦ୍ରରୁ ଧାର୍ଯ୍ୟ ସରକାରୀ ଦର (୨୩ଟଙ୍କା ଚିଆଁ ପ୍ରତି)ରେ ବଂଟନ ହେଉଛି । ଅଧିକ ସଂଖ୍ୟାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀଙ୍କୁ ଏହି ଚିଆଁ ଯୋଗାଇ ସେମାନଙ୍କ ଆର୍ଥିକ ଓ ଜୀବନଶୈଳୀ ମାନର ବିକାଶ କରାଇବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ପାରମ୍ପରିକ ଦେଶୀ କୁକୁଡ଼ା ପାଳନ ପଦ୍ଧତିରେ ଏହି କୁକୁଡ଼ା ଘର ବା ବାଡ଼ି ଅଗଣାରେ ପାଳନ କରାଯାଏ । ସ୍ୱଳ୍ପ ପୁଞ୍ଜି ବିନିଯୋଗ ଏବଂ କମ୍ ବୈଜ୍ଞାନିକ କୌଶଳ ଅବଲମ୍ବନରେ ଏହି କୁକୁଡ଼ା ପାଳନ ବେଶ୍ ଲାଭଦାୟକ ହୋଇଥିବାରୁ ଗ୍ରାମୀଣ ଲୋକମାନେ ଏଥି ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଫଳରେ ପ୍ରାଣୀଜ ପୃଷ୍ଟିସାର (ମାଂସ ଓ ଅଣ୍ଡା)ର ଆବଶ୍ୟକତା ଓ ଚାହିଦା ପୂରଣ ହୋଇଥାଏ । ୫ରୁ ୬ ମାସ ବେଳକୁ ମାଇ କୁକୁଡ଼ା ମାନେ ଅଣ୍ଡା ଦେବା ଆରମ୍ଭ କରି ବର୍ଷକୁ ୧୫୦ରୁ ୧୮୦ଟି ଅଣ୍ଡା ଦିଅନ୍ତି ଯାହା ଦେଶୀ କୁକୁଡ଼ାଙ୍କ ଉତ୍ପାଦିକତା ହାରର ୩ ଗୁଣରୁ ବେଶୀ । ସେହିପରି ଅଣ୍ଡିରା କୁକୁଡ଼ା ୪ ମାସ ବୟସରେ ୨କେଜି ରୁ ୨କେଜି ୫୦୦ଗ୍ରାମ ଓଜନର ହୋଇଥାନ୍ତି । ଦେଶୀ ମାଂସାଳ କୁକୁଡ଼ା ଦରରେ ବିକ୍ରି ହୁଏ ।ଆଜିର ଏହି ଚିଆଁ ବଂଟନ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ତ୍ରିନାଥ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅମିତାଭ ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା଼. ପତିତପାବନ ରଥ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି କୁକୁଡ଼ା ଚିଆଁ ବଂଟନ ସମୟରେ ସାହାଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ