ସାଧାରଣଙ୍କ ଦ୍ୱାରରେ ସେବା ପ୍ରଦାନ ପାଇଁ ବୁଲିଲା ରାଜସ୍ୱ ରଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସାଧାରଣ ଲୋକଙ୍କ ନିଜ ଦ୍ୱାରରେ ସେବା ପ୍ରଦାନ ପାଇଁ ଗଜପତି ଜିଲ୍ଲା କାଶୀନଗର ତହସିଲରେ ରାଜସ୍ୱ ରଥର ପରିକ୍ରମା ଜାରି ରହିଛି । ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, କାଶୀନଗର ତହସିଲଦାର ସୀମାଞ୍ଚଳ ମହାନ୍ତି, ଆର୍‌.ଆଇ ସୁସ୍ମିତା ଦାସ ପ୍ରମୁଖ ରାଜସ୍ୱ ରଥରେ ଶିଆଳି ଗସ୍ତ କରି ମ୍ୟୁଟେସନ୍ ପଟ୍ଟା ବାଣ୍ଟିଛନ୍ତି । ତହସିଲଦାର କହିଛନ୍ତି ଯେ, ଲୋକଙ୍କ ଦ୍ୱାର ଦେଶରେ ରାଜସ୍ୱ ସେବା ପହଞ୍ଚାଇ ଦେବା ପାଇଁ ରାଜସ୍ୱ ରଥର ପରିକଳ୍ପନା କରାଯାଇଛି । ପ୍ରଶାସନକୁ ଜନସ୍ୱାର୍ଥର ଅନୁକୁଳରେ ଗଢି ତୋଳିବା ଏହାର ଲକ୍ଷ୍ୟ । ଉପକୃତ ବ୍ୟକ୍ତିମାନେ ରାଜସ୍ୱ ବିଭାଗର ଏହି ପଦକ୍ଷେପ ସମୟୋପଯୋଗୀ ଓ ସ୍ୱାଗତ ଯୋଗ୍ୟ ବୋଲି ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ