ସାଧାରଣ ଜନତା, ଭିତରକନିକା ବହୁ ମାତ୍ରାରେ ପ୍ରଭାବିତ ହେବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳ ତଥା ଗ୍ରାଉଣ୍ଡ ୱାଟର ଘୋର ସମସ୍ୟା ବହୁ ଦିନରୁ ରହିଛି । ଏପରିକି ସରଫେସ୍ ୱାଟରର ସ୍ଥିତି ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ । ଅନପୁଯୁକ୍ତ ଗ୍ରାଉଣ୍ଡ ୱାଟର କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ସମଗ୍ର ରାଜ୍ୟରେ ଅଗ୍ରଣୀ ସ୍ଥାନରେ ରହିଛି । ମୈାସୁମୀ ସମୟରେ ଜିଲ୍ଲାର ନଦୀମାନଙ୍କରେ ପାଣିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଜିଲ୍ଲାର ପ୍ରମୁଖ ଖରସ୍ରୋତା ନଦୀରେ ପାଣି ନାହିଁ । ଅଣମୈାସୁମୀ ସମୟରେ ଜିଲ୍ଲାର ସ୍ଥିତି ନିଶ୍ଚିତ ଭାବେ ଅବର୍ଣ୍ଣନୀୟ । ଜିଲ୍ଲାର ସାଧାରଣ ଜନତା ପ୍ରଭାବିତ ହେବା ସହ ବିଶ୍ୱପ୍ରସିଦ୍ଧ ଭିତରକନିକା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ଦେବାର ଯେଉଁ ଚକ୍ରାନ୍ତ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି ।ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ଅଟେ । ଲୋକମାନଙ୍କୁ ଧମକ ଚମକ ଦେଇ, ଭୟଭୀତ କରି ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ ଭଳି ଭାବେ ବିଭିନ୍ନ ଓ ବିବିଧ ସୁତ୍ର ଥିବା ସତ୍ୱେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି, ତାହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜନଶୁଣାଣୀ ଜରିଆରେ ପ୍ରକଳ୍ପ କାର୍ଯ୍ୟ କରିବା ଉଚିତ୍ । ମାତ୍ର ରାଜ୍ୟ ସରକାର ତାକୁ ନକରି ବର୍ବରୋଚିତ ଭାବେ ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ସର୍ବପ୍ରଥମେ ସାଧାରଣ ଜନତାଙ୍କ ଦାବୀକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ଶ୍ରୀ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି ବାସ୍ତବ ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ