ସାଧାରଣ ନିର୍ବାଚନ ପୂର୍ବରୁ ତିନି ପ୍ରମୁଖ ଦଳର ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା
ପାରଳାଖେମୁଣ୍ଡି (ଯୁଗାଦ୍ଦ ନ୍ୟୁଜ) – ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ କଂଗ୍ରେସ ଦଖଲରେ ରହିଥିବାବେଳେ ପୁନର୍ବାର ଏହାକୁ ସୁରକ୍ଷିତ ରଖିବାପାଇଁ ପ୍ରୟାସ ଜାରୀ ରହିଥିବାବେଳେ ଏଠାରେ ପ୍ରାର୍ଥୀ ହେବାପାଇଁ ଏକାଧିକ ଆଶାୟୀ ରହିଥିବା ଜଣାପଡିଛି । ଏହି ନିର୍ବାଚନ ମଣ୍ଡଳୀ ଗୁମ୍ମା, ଗୋଷାଣୀ ଓ କାଶୀନଗର ଭଳି ତିନୋଟି ବ୍ଲକ ସମେତ ପାରଳାଖେମୁଣ୍ଡି ପୌରାଞ୍ଚଳ ଏବଂ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳକୁ ନେଇ ଗଠିତ । ୨୦୧୪ ସାଧାରଣ ନିର୍ବାଚନରେ ଏହି ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧ଲକ୍ଷ ୯୪ ହଜାର ୧୧୫ ଜଣ ରହିଥିବାବେଳେ ସେଥିରୁ ପୁରୁଷ ଭୋଟର ୯୫ହଜାର ୯୪୦ ଜଣ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୯୮ହଜାର ୧୭୫ ରହିଥିଲା । ଗତ ନିର୍ବାଚନରେ ଏଠାରେ ସିଧା ସଳଖ ଭାବେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିବାବେଳେ କଂଗ୍ରେସର ନୂତନ ଭାବେ ପ୍ରାର୍ଥୀ ହୋଇଥିବା କେ.ସୁରିୟା ରାଓ ୬୧ ହଜାର ୧୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର କେ.ନାରାୟଣ ରାଓ ୫୯ହଜାର ୫୯୫ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭାଜପାର ତ୍ରିପତି ନାୟକ ମାତ୍ର ୬ହଜାର ୪୦୦ ଭୋଟ ପାଇଥିଲେ । ମାତ୍ର ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ସମୀକରଣ ପରିବର୍ତ୍ତନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ । ଏହି ଆସନ ଦଖଲରେ ରହିଥିବା କଂଗ୍ରେସ ଦଳ ପକ୍ଷରୁ ଏଠାରେ ଏକାଧିକ ପ୍ରାର୍ଥୀ ଦୈଡରେ ରହିଥିବା ଜଣାପଡିଛି । ତେବେ ହାଇଟେକ ଗ୍ରୁପ୍ର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଡ.ତିରୁପତି ପାଣିଗ୍ରାହୀ ଏଠାରୁ ପ୍ରାର୍ଥୀ ହେବାପାଇଁ ଗତ ଏକବର୍ଷ ହେଲା କର୍ମୀମାନଙ୍କ ସହ ସମ୍ପର୍କ ଯୋଗ ସୂତ୍ର ରକ୍ଷା କରିବାସହ ମାରାଥନ କର୍ମୀ ସମ୍ମିଳନୀ ଏବଂ ମାରାଥନ ବୈଠକ ଏବଂ ସଭାମାନ କରିଆସୁଛନ୍ତି । ତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ ସମ୍ପୂର୍ଣ୍ଣ ଭାବେ ଆଶାୟୀ ଏବଂ ତାଙ୍କ ସହ ସମସ୍ତ କର୍ମୀ ଏକତ୍ରିତ ଅଛନ୍ତି ଦୃଢକ୍ତି ପ୍ରକାଶ କରିବା ସହ ତାଙ୍କୁ ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଏହି ଆସନକୁ କଂଗ୍ରେସ ଦଳପାଇଁ ଦଖଲ କରିବେ ବୋଲି କହିଥିଲେ । ସେହିପରି କିଛି ଦିନ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବର୍ତ୍ତମାନର ବିଧାୟକ ତଥା କଂଗ୍ରେସ ନେତା କେ. ସୁରିୟା ରାଓ ସାମାନ୍ୟ ଶିଥିଳ ପଡିଥିଲେ ମଧ୍ୟ ବର୍ତ୍ତମାନ ଟିକେଟ ପାଇଁ ଆଶାୟୀ ରହିଥିବା ଜଣାପଡିଛି । ସେ ମଧ୍ୟ ବିଭିନ୍ନ ସମୟରେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁଯାୟୀ ଦାୟୀତ୍ୱ ନେବେ ଏବଂ ଯଦି ବିଧାୟକ ପ୍ରାର୍ଥୀ ଭାବେ ସୁଯୋଗ ମିଳେ ଦଳ ପକ୍ଷରୁ ଲଢେଇ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ଯୁବନେତା କେ. ରାମସ୍ୱାମୀ ମଧ୍ୟ ଟିକେଟ ଦୈଡରେ ଥିବାର ସୂଚନା ମିଳିଛି । ତାଙ୍କର ମଧ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦବ୍ଦବା ରହିଥିବାବେଳେ ଜଣେ ଯୁବ ନେତା ଭାବେ ସେ ପାରଳାଖେମୁଣ୍ଡି ବିଧାନ ସଭା ମଣ୍ଡଳୀରେ ବେସ୍ ପରିଚିତ । ସେହିପରି ଦୀର୍ଘ ଦିନ ହେବ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଟିକେଟ ଦୈଡରେ ରହିବାସହ ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି କହିଛନ୍ତି । ତେବେ ଅନ୍ୟତମ ପ୍ରମୁଖ ଦଳ ତଥା ଶାସକ ଦଳ ବିଜେଡି ପକ୍ଷରୁ ଗତ ଥରର ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିବା ବରିଷ୍ଠ ବିଜେଡି ନେତା କେ.ନାରାୟଣ ରାଓ ଦଳୀୟ ଟିକେଟ ପାଇଁ ପ୍ରମୁଖ ଦାବୀଦାର ରହିଥିବାର ଜଣାପଡିଛି । ସେ ମଧ୍ୟ କର୍ମୀଙ୍କ ସହ ବରାବର ଯୋଗସୂତ୍ର ରକ୍ଷା କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିବାର ଦେଖିବାକୁ ମିଳୁଛି । ତାଙ୍କ ସମର୍ଥନରେ ମଧ୍ୟ ଅନେକ କର୍ମୀ ରହିଥିବାର ଦେଖିବାକୁ ମିଳୁଛି । ସେହିପରି ଗତ ଥର ବିଜେଡି ଦଳର ଟିକେଟ ଆଶାୟୀ ରହିଥିବା ପ୍ରଧ୍ୟାପକ ମାରୁତ କୁମାର ପାଳ ବରାବର ଜନସମ୍ପର୍କ ବୃଦ୍ଧିପାଇଁ ଉଦ୍ଦେମ୍ୟ କରିବା ସହ କଂଗ୍ରେସର ଗଡ କୁହାଯାଉଥିବା ଗୁମ୍ମା ବ୍ଲକରେ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଥିବା ଲକ୍ଷ୍ୟ କରାଯାଉଛି । ତାଙ୍କ ସହ ଯୋଗାଯୋଗ କରିବାରୁ ସେ ଶତପ୍ରତିଶତ ଟିକେଟ ଆଶାୟୀ