ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ଅଙ୍କ କସା

କୋଦଳା, (ଗୁଲସନ କୁମାର କର):ଯଦି ବିଜେଡି ସମୀକ୍ଷା ନକରି ଅନ୍ୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଏଠାରେ ଟିକେଟ୍ ଦିଏ ତେବେ କୋଦଳା ଏନଏସି ଅବସ୍ଥାର ପୂନରାବୃତି ହେବ ବୋଲି ପ୍ରତି ପଞ୍ଚାୟତରେ ଚର୍ଚ୍ଚା ଆରମ୍ଭ ହେଲାଣି। ବିଜେଡିରୁ ଏକାଧିକ ଆଶାୟୀ ରହୁଥିବା ବେଳେ ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ ହରପ୍ରସାଦ ସାହୁଙ୍କ ତୃଣମୂଳସ୍ତରରେ ସ୍ତରରେ ରହିଛି। ସ୍ବାଧୀନ ଭାବେ ଲଢି ୪୫ ହଜାରରୁ ଅଧିକ ଭୋଟ ପାଇଥିବା ହର ପ୍ରସାଦ ସାହୁ ଙ୍କୁ ଚଳିତ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ୍ ଦିଆଯାଉ ବୋଲି ଦାବି କରୁଛନ୍ତି ତାକଂ ସମର୍ଥକ। ଆଉ ଏହାକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ଖଲ୍ଲିକୋଟ ରାଣୀ ସୁଜ୍ଞାନକଂ ସମର୍ଥକ ।ଉଭୟ ସମର୍ଥକ ଯଦି ଏକାଠି ହୁଅନ୍ତି ତେବେ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତାଙ୍କର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି। ସେପଟେ ଗତ ପଞ୍ଚାୟତ ନିର୍ବାଚନ ଓ ଏନ୍‌ଏସି ନିର୍ବାଚନରେ ଦଳୀୟ ଶୃଙ୍ଖଳାକୁ ବଜାୟ ରଖି ନିଜ ଛବି ସଜାଡିବାରେ ସଫଳ ହୋଇଛନ୍ତି ବିଜେଡି ନେତା ତଥା କୋଦଳାର ପୂର୍ବତନ ନଗରପାଳ ଶ୍ରୀ ହରପ୍ରସାଦ ସାହୁ। ୨୦୨୪ ରେ ବିଜେଡି ହାଇକମାଣ୍ଡ ସଠିକ୍ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କବିସୂର୍ଯ୍ୟନଗର ବିଜେଡି ଟିକେଟକୁ ନେଇ ଅଙ୍କ କସା ବା ଚର୍ଚ୍ଚା ଆଲୋଚନା ସେତିକି ବଢୁଛି। ଦୀର୍ଘ ୩ ଯୋଜନା ଧରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଅନ୍ୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବିଧାୟକ ହେଉଛନ୍ତି ଏବଂ ଚଳିତ ନିର୍ବାଚନରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହୁଁଥିବା ସାଧାରଣ ଜନତା କହିଛନ୍ତି। ଅପରପକ୍ଷେ ବର୍ତ୍ତମାନର ବିଧାୟିକା ଲତିକା ପ୍ରଧାନକଂ ସମର୍ଥକ ମାନେ ମଧ୍ୟ ଲତିକାକୁଂ ଟିକେଟ୍ ମିଳିବା ନେଇ ବେଶ୍ ଆଶାବାଦୀ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହୋଇଛନ୍ତି ଏବଂ ଆଗକୁ ଲତିକା ପ୍ରଧାନ ହିଁ ଟିକେଟ୍ ପାଇବେ ବୋଲି କିଛି ସମର୍ଥକ କହୁଥିବା ବେଳେ ଆଗାମୀ ଦିନରେ ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ କିଏ ପାଉଛି ତାହା ଦେଖିବାକୁ ବାକିରହିଲା। ସାଧାରଣ ନିର୍ବାଚନ ୨୦୨୪ ରେ ହେବାକୁ ଥିବା ବେଳେ ଆଗୁଆ ନିର୍ବାଚନ ହେବା ନେଇ ସଂକେତ ମିଳିଛି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ମୁଖ୍ଯ ରାଜନୈତିକ ଦଳ ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ୪୩ ଟି ପଞ୍ଚାୟତ ଓ ୨ ଟି ଏନଏସି ରହିଥିବା ବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି। ତେବେ ଉଭୟ ଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଛି। ଏଠାରେ ଖଲ୍ଲିକୋଟ ରାଣୀ ସାହେବାକଂ ଗୋଟିଏ ଗୋଷ୍ଠୀ ବିଧାୟିକାକୁଂ ବିରୋଧ କରୁଥିବା ବେଳେ ବିଧାୟିକାକଂ ପ୍ରତିଟି କାର୍ଯ୍ଯକ୍ରମ ଗୁଡିକରୁ ଦୂରେଇ ରହୁଛନ୍ତି। ବେଗୁନିଆପଡ଼ା ବ୍ଳକ ସଭାପତି, କୋଦଳା ନଗର ସଭାପତିଙ୍କ ଗୋଷ୍ଠୀ ବିଧାୟିକାକଂ କାର୍ଯ୍ଯରେ ଅସନ୍ତୋଷ ପ୍ରକାଶ କରି ନିଜକୁ ଦୂରେଇ ରଖୁଛନ୍ତି। ଅପରପକ୍ଷେ ଏଠାରେ ବିଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ସ୍ବାଧୀନ ଭାବେ ଲଢିଥିବା କୋଦଳା ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଙ୍କ ଗୋଟିଏ ବଡ଼ ଭୋଟ୍ ବ୍ୟାଙ୍କ ରହିଥିବା କୁହାଯାଉଛି। ଗତ ନିର୍ବାଚନରେ ସେ ବିଜେଡି ଟିକେଟ ଆଶାୟୀ ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ସାନଖେମୁଣ୍ଡିର ନେତ୍ରୀ ଲତିକା ପ୍ରଧାନକୁଂ ବିଜେଡି ଏଠାରେ ପ୍ରାର୍ଥୀ କରିଥିଲା। ହର ପ୍ରସାଦଙ୍କୁ ବିଜେଡି ପକ୍ଷରୁ ମନାଯାଈ ଲତିକାକୁଂ ସହଯୋଗ କରିବାକୁ କହିଥିଲା ବିଜେଡି। ହର ପ୍ରସାଦ ମଧ୍ୟ ବିଜେଡି ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ନିଜର ହଜାର ହଜାର କର୍ମୀଙ୍କୁ ବୁଝାଇ ଲତିକାକୁଂ ଅକୁଣ୍ଠ ସମର୍ଥନ କରିବା ପରେ ବିଧାୟିକା ହୋଇଥିଲେ ଲତିକା ପ୍ରଧାନ। ତେବେ ବିଧାୟିକା ନିର୍ବାଚନ ଜିତିବା ପରେ କୌଣସି କାର୍ଯ୍ୟକ୍ରମରେ ହରକୁଂ ଡାକି ନଥିଲେ ଏବଂ ବିଗତ ସାଢ଼େ ୩ ବର୍ଷ ମଧ୍ୟରେ କୌଣସି ଏକ କାର୍ଯ୍ଯକ୍ରମରେ ଦେଖିବାକୁ ମିଳିଲାନି। ଏପରିକି କୋଦଳା ଏନଏସିରେ ୯୦ ପ୍ରତିଶତ ଭୋଟ ହର ପ୍ରସାଦଙ୍କ ହାତରେ ରହିଥିବା ବେଳେ ଏନ୍‌ଏସି ନିର୍ବାଚନରେ ମଧ୍ୟ ହରଙ୍କ ସହଯୋଗ ଲୋଡି ନଥିଲେ ବିଧାୟିକା। ଫଳ ସ୍ବରୂପ ଏନଏସି ରେ ବିଜେପି ବହୁମତ ପାଇଲା ଏବଂ ଲତିକାକଂ ନେତୃତ୍ବାଧୀନ କୋଦଳା ବିଜେଡିକୁ ଏକ ଶକ୍ତ ଧକ୍କା ଲାଗିଲା। ତେବେ ଏତେବଡ଼ ଧକ୍କା ପରେ ବି ନିର୍ବାଚନ ହାରିବାର କାରଣ ପୋଷ୍ଟ ମୋଟମ୍ କଲାନି ବିଜେଡି। ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ବୁଝାଇବା ପରିବର୍ତ୍ତେ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଲେ ବହୁ କର୍ମକର୍ତ୍ତା।ଆଉ ଏବେ ସାଧାରଣ ନିର୍ବାଚନ ପୂର୍ବରୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ