ସାଧାରଣ ବଜେଟ ଉପରେ ଟିପ୍ପଣୀ ରଖିଲେ ନବୀନ

(ଯୁଗାବ୍ଦ ନ୍ୟୁଜ) , ସଂସଦରେ ନୂତନ ଅର୍ଥମନ୍ତ୍ରୀ ସାଧାରଣ ବଜେଟ ଉପସ୍ଥାପନା ତକରିସାରିବା ପରେ ଏବେ ଏହା ପାଲଟିଛି ଚର୍ଚ୍ଚାର ବିଷୟ । ଏଥିରେ ସାମିଲ ହୋଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି , ଏହି ବଜେଟ ସାଧାରଣ ଲୋକଙ୍କୁ ଦୃଷ୍ଟି ଆଗରେ ରଖି ଏହି ବଜେଟ ପ୍ରସ୍ତୁତ କରାଯାଇଛି ଯାହା ଦେଶ ପାଇଁ ହିତକର । ଏହି ବଜେଟରେ ସମସ୍ତ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି । ଯଥା ସ୍ୱାସ୍ଥ୍ୟ , ଶିକ୍ଷା, ଦକ୍ଷତା , ପାନୀୟ ଜଳ , ଶିଶୁ ବିକାଶ , ମହିଳା , ଜୀବୀକା ମିଶନ ଏହିଭଳି ଅନେଂକ ମିଶନ କୁ କେନ୍ଦ୍ର ସରକାର ଅଧିକ ଅର୍ଥ ବ୍ୟୟ ମଞ୍ଜୁର କରିଛନ୍ତି ।


