ସାଧାରଣ ବଣ୍ଟନରେ ଅବ୍ୟବସ୍ଥା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):  ସାନଖେମୁଣ୍ଡି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଖାଦେଇଛି ଅବ୍ୟବସ୍ଥା ଗରିବ ଲୋକଙ୍କ ଠାରୁ ଠକି ନେଇଛନ୍ତି ସରକାରୀ କର୍ମଚାରୀ ବାବୁ ମାନେ ଗୁହାରି କାହାକୁ କରିବେ ଶୁଣିବାକୁ କେହି ନାହିଁ | ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଚିତ ଗ୍ରାମ ପଞ୍ଚାୟତ ଗଙ୍ଗାପୁର ରେ ସାଧାରଣ ବଣ୍ଟନ ପାଇଁ ଆସୁଥିବା ଚାଉଳ,ବୁଟ,କିରୋସିନ ଆଦି କାର୍ଡ ଧାରୀଙ୍କୁ ଠିକ ଭାବରେ ମିଳୁନାହିଁ | ଏନେଇ ଆଜି ଗଙ୍ଗାପୁର ଗ୍ରାମ ପଞ୍ଚାୟତର ନରସିଂହଗଡ ଗ୍ରାମର ଚାଳିଶିରୁ ଉର୍ଦ୍ଧ ହିତାଧିକାରୀ ନିଜର ଦାବି ଜଣାଇବାକୁ ବ୍ଲକ ପ୍ରଶାସନ ପାଖରେ ଆସି ଅଭିଯୋଗ କରିଥିବାର ଦେଖିବାକୁ ମିଳୁଛି | ଅଭିଯୋଗ ପ୍ରକାରେ ସରକାରଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦିଆଯାଉଥିବା ବୁଟ ୨ କେଜି ବଦଳରେ ଦେଢ଼ କେଜି ମାଧ୍ୟମରେ ଦିଆଯାଉଛି | ଚାଉଳ ୪୦ କେଜି ଥିବାବେଳେ ୪ କେଜି କମ ମିଳୁଛି | ଏବଂ କିରୋସିନି ୧୯ ଟଙ୍କା ବଦଳରେ ୪୨ ଟଙ୍କା ନେବାର ଅଭିଯୋଗ ହେଉଛି | ପଞ୍ଚାୟତରେ ବଣ୍ଟନ ବ୍ୟବସ୍ଥାରେ ହୋଇଥିବା ଯୋଗାଣ ସହାୟତା ରାଜେଶ୍ୱରୀ ଗୌଡଙ୍କୁ ହିତାଧିକାରୀ ମାନେ ଅଭିଯୋଗ କଲେ ଯୋଗାଣ ସହାୟକଙ୍କ ଭାଇ ଧମକ ଦେବାସହ ରାସନ କାର୍ଡ କାଟିଦେବା ପାଇଁ କହୁଛନ୍ତି | ହିତାଧିକାରୀ ଭୟଭୀତ ହୋଇ ମତ ବ୍ୟକ୍ତ କରିବାପାଇଁ ଡରୁଥିବାର ଜଣାପଡିଛି | ଏଭଳି ହେଉଥିବାରୁ ଗ୍ରାମର ସୁଶାନ୍ତ ପଟନାୟକ ହିତାଧିକାରୀଙ୍କୁ ନେଇ ସାନଖେମୁଣ୍ଡି ବ୍ଲକ ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁ ମୁଖ୍ୟ କିରାଣି କୁ ଦାବିପତ୍ର ଦେଇଛନ୍ତି | ଏନେଇ ଯୋଗାଣ ନିରକ୍ଷକ ବିଶ୍ୱଜିତ ସେଠୀଙ୍କୁ ଅଭିଯୋଗ କରିଥିବା ବେଳେ ସେ କହିଛନ୍ତି ଘଟଣାର ସତ୍ୟାସତ ତଦନ୍ତ କରିବେ ଏବଂ ହିତାଧିକାରୀଙ୍କୁ କାମ ମିଳୁଥିବା ଜିନିଷକୁ ପୁଣିଥରେ ସମାନ ପରିମାଣରେ ଦିଆଯିବ | ଏନେଇ ପଞ୍ଚାୟତ ଅଧିକାରୀ ରମପ୍ରସାଦ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଛନ୍ତି ହିତାଧିକାରୀଙ୍କୁ ସମାନ ପରିମାଣରେ ସେମାନଙ୍କର ଜିନିଷ ଯୋଗାଇ ଦିଆଯିବ| ଏନେଇ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ଙ୍କୁ ପଚାରିବାରୁ ସେ କହିଛନ୍ତି ଜନସାଧାରଙ୍କ ଅଭିଯୋଗ ଉଚିତ ଏହି ଅଭିଯୋଗ ମୋ ପାଖକୁ ମଧ୍ୟ ଆସିଛି ଯୋଗାଣ ସହାୟକଙ୍କୁ ତାଗିତ କରୁଥିବା ପରେ ମଧ୍ୟ ଶୁଣୁନଥିବା କହିଛନ୍ତି | ଏଭଲିକି ନୂତନ ଭାବେ ହିତାଧିକାରୀଙ୍କ ସଂଯୋଗ ହୋଇ ନାମ ଆସିଥିବା ବେଳେ ସେମାନଙ୍କୁ ରାସନରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ବିଡ଼ିଓ ଙ୍କୁ ଜଣାଇବାକୁ ସରପଞ୍ଚ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ