ସାଧୁ ସାଧନାର ମୁକସାକ୍ଷୀ, ତାରାତାରିଣୀ ଶକ୍ତି ପୀଠ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ତାରାତାରିଣୀ ମନ୍ଦିର ଶକ୍ତି ପୀଠ ନିହାରା ଏବଂ ସ୍ୱତନ୍ତ୍ରତା ବହନ କରେ।ପୀଠ ଚତ୍ରୁପାର୍ଶରେ ଘେରି ରହିଛି ପର୍ବତମାଳା।ବିରାଟ ଦୁଇ ପଥର ମଝିରେ ଝରି ପଡ଼ୁଛି ଚିରସ୍ରୋତ ଝରଣା ଜଳସ୍ରୋତ।କୁଳୁକୁଳୁ ନାଦରେ ଝରଣା ଝରଣା ପୀଠର ଅନ୍ୟତମ ଆକର୍ଷଣ କେନ୍ଦ୍ରପିନ୍ଧୁ। ଘନ କୁହୁଡ଼ି ଘେରା ପର୍ବତ ଶିଖର ଶାନ୍ତି ଓ ଶୀତଳ ଅନୁଭୂତି ନିହରା। ଐତିହାସିକ ଯୁଗରୁ ମନ୍ଦିରଟି ନିର୍ମାଣ ନ ହୋଇଥିଲେ ମଧ୍ୟ ଏହାର ଦର୍ଶନୟ ବେଶ ମନୋରମ।୧୯୮୨ ମସିହାରେ ମନ୍ଦିରଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।କିମ୍ବଦନ୍ତୀ ଅନୁଯାୟୀ,୧୯୮୨ ମସିହାରେ ଗୁମ୍ମା ଠାରୁ ସେରଙ୍ଗକୁ ପର୍ବତ ଘେରରେ ନୂତନ ରାସ୍ତା ନିର୍ମାଣ ହେବାକୁ ଯାଉଥିଲା। ଏହି ସ୍ଥାନରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲା ଏବଂ ଏଠାରେ ଦୁଇଟି ବଡ଼ ପଥରକୁ ହଟାଇବାକୁ ଚେଷ୍ଟା କରିଥିଲେ କର୍ମଚାରୀ। ପଥରଟି ମାଙ୍କ ପୀଠ ଥିବା ଜାଣିନଥିଲେ ଠିକାଦାର। ନିର୍ମାଣ ହେଉଥିବା ବ୍ରିଜ ଭୁସିଡ଼ିବାକୁ ଲାଗିଲା ଏହିପରି ବ୍ରିଜଟି ତିନିଥର ଭୁଶୁଡ଼ିଲା। ଏହାପରେ ଆଶ୍ଚର୍ଯ୍ୟରେ ଠିକାଦାର। ସନ୍ଧ୍ୟା ସମୟରେ ଠିକାଦାର ଚିନ୍ତାରେ କାନ୍ଧିବାକୁ ଲାଗିଲେ ଆଉ ନିଜ ଘରକୁ ଫେରିଗଲେ।ରାତ୍ରିରେ ଠିକାଦାରଙ୍କୁ ସପ୍ନରେ ମା କହିଲେ ମୁଁ ସେହି ସ୍ଥାନରେ ଅଛି ଆଉ ମୋ ଘର ଭଙ୍ଗାଯାଇଛି। ମୋ ଘରକୁ ଛାଡ଼ି ରାସ୍ତା କରାଯାଉ। ଏପରି ସପ୍ନ ଆଦେଶ ପରେ ସେଠାକୁ ଯାଇ ଠିକାଦାର ପୂଜାର୍ଚ୍ଚନା କରିଥିଲେ ତାହାପରେ ବ୍ରିଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଠିକାଦାର ଏମ୍ ଚିହ୍ନା,ଏମ୍ ତାଉଡୁ ଦୁଇ ପଥର ମଝିରେ ଛୋଟିଆ ଘର କରି ମା ତାରାତାରିଣୀ ନାମରେ ପୂଜାର୍ଚ୍ଚନା କରିଥିଲେ। ସେହି ଦିନ ଠାରୁ ମା ତାରାତାରିଣୀ ନାମରେ ସ୍ଥାପନା କରାଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସିଦ୍ଧ ତାରିଣୀ ପୀଠ।ତାରାତାରିଣୀ ଶକ୍ତି ପୀଠରେ ଚୌତ୍ର ମାସରେ ନବରାତ୍ରୀ,ଦଶହରା,ମହା ଶିବରାତ୍ରି,ମଙ୍ଗଳବାର, ଶନିବାର ଅଧିକାଂଶ ଭକ୍ତଙ୍କ ଭିଡ଼ ଏବଂ ବହୁ ମାନସିକ ଧାରୀ ମୁଣ୍ଡନ କରିଥାନ୍ତି।ପ୍ରତି ଦିନ ସକାଳୁ ସନ୍ଧ୍ୟା ମାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି।ସେହିପରି ପ୍ରତି ମାସ ସଂକ୍ରାନ୍ତି ଦିନ ଶ୍ରଦ୍ଧାଳୁମାନଙ୍କ ଜନ ଗହଳି ଅଧିକା ରହିଥାଏ।ମାଙ୍କ ସ୍ୱତନ୍ତ୍ର ପାଣ୍ଟି କିଛି ନଥିବା ବେଳେ ପୂଜକ ପ୍ରଦୀପ ହତାଙ୍କ ନିଜସ୍ବ ଉଦ୍ୟମ ତଥା କିଛି ଭକ୍ତଙ୍କ ଇଛାଶକ୍ତି ଯୋଗୁଁ ଆଜି ଏହି ପୀଠ ସ୍ଥଳୀ ଚିହ୍ନଟ ହୋଇପାରିଛି।ଘଞ୍ଚ ଜଙ୍ଗଲ ଘେରା ପାହାଡ଼ ଶିଖର ପ୍ରକୃତିକ ସୌନ୍ଦର୍ଯ୍ୟମୟ ତାରାତାରିଣୀ ପୀଠ ପ୍ରତି ରାଜ୍ୟ ସରକାର ବର୍ତ୍ତମାନ ୨୯ଲକ୍ଷ ଟଙ୍କାର ଅନୁଦାନ ଅନୁମୋଦନ ସହ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।ଫଳରଶୌଚାଳୟ,ପାର୍କିଂସ୍ଥଳୀ,ବିଦ୍ଯୁତ,ରୋଷେଇ ସାଳ,ପାନ୍ଥଶାଳା,ପାନୀୟ ଜଳ ଆଦି ବିଭିନ୍ନ ସୁବିଧା ଭକ୍ତମାନଙ୍କୁ ଆହୁରି ଆକୃଷ୍ଟ କରିବ ବୋଲି ପୂଜକ ପ୍ରଦୀବ କୁମାର ହତା କହିଛନ୍ତ। (କେମିତି ଯିବେ)
ପାରଳାଖେମୁଣ୍ଡି ଠାରୁ ୩୪ କି.ମି ଏବଂ ଗୁମ୍ମା ସଦର ମହକୁମାଠାରୁ ମାତ୍ର ୩ କି.ମି।ରାସ୍ତାଘାଟ ଭଲ ଥିବାରୁ ସରକାରୀ ବେସରକାରୀ ଗାଡ଼ିର ଶୁଭିଧା। ବ୍ରହ୍ମପୁର ଠାରୁ ୧୦୬ କି.ମି ଭାୟା ଆର ଉଦେଇଗିରି ସେରଙ୍ଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ