ସାନଖେମୁଣ୍ଡିରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମରେ୨୦୧୫ ଜୁନ୨୧ ପାର ଠାରୁ ମିଳିତ ଜାତିସଂଘ ପକ୍ଷରୁ ପ୍ରତି ବର୍ଷ ସାରାବିଶ୍ୱ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରୁଛି | ଏହି ପରିପ୍ରେକ୍ଷୀରେ ସାରା ଭାରତ ଏବଂ ଓଡ଼ିଶାରେ ମଧ୍ୟ ଚଳିତ ବର୍ଷ ସରକାରୀସ୍ତରରେ ଏହା ପାଳିତ ହେଉଥିବା ବେଳେ ଆନୁଷ୍ଠାନିକ ଭିତ୍ତିରେ ଏହା ପାଳିତ ହୋଇଯାଇଛି । ଏହି କ୍ରମରେ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ସରକାରୀ ତଥା ବେସରକାରୀ କଲେଜ ,ସ୍କୁଲ ମେଡିକାଲ ବିଭିନ୍ନ ସଂସ୍ଥା ଗୁଡିକରେ ଯୋଗକୁ ଗୁରୁତ୍ବ ଦେବା ସହ ଲୋକାଭିମୁଖୀ କରାଇବା ପାଇଁ ଏହି ଯୋଗ ଦିବସ ପାଳନ କରାଯାଇଥିଲା |ଏହି ଅବସରରେ ସାନଖେମୁଣ୍ଡି ପଞ୍ଚାୟତ ସମିତି ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସାମୁହିକ ଯୋଗ ଶିବିର ଆୟୋଜିତ ହୋଇଯାଇଛି । ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ଶିବିରରେ ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ , ଅତିରିକ୍ତ ତହସିଲଦାର ଦୀପକ କୁମାର ଜେନା , ସିଡ଼ିପିଓ ସୁଚିତା ସାହୁଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ପ୍ରାତଃ ୬ ଘଣ୍ଟିକା ଠାରୁ ୮ ଟା ଦୁଇ ଘଣ୍ଟା ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧିକାରୀ ସମୂହ ସାଂପ୍ରତିକ କର୍ମବହୁଳ ଜୀବନରେ ଯୋଗର ଅତ୍ୟାବଶ୍ୟକ ଏବଂ ଉପାଦେୟତା ନେଇ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ ।ଏହା ସହିତ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ମଣିଷର ଦୈନନ୍ଦିନ ଜୀବନରେ ଯୋଗାର ଆବଶ୍ୟକତାକୁ ବୁଝାଇବା ସହ ଯୋଗକୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଇବା ପାଇଁ ଆହ୍ୱାନ କରିଥିଲେ |