ସାନଖେମୁଣ୍ଡି କରୋନା ପଜିଟିଭ ବ୍ୟକ୍ତି ବଢ଼ାଇଲେ ଚିନ୍ତା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ସହ କରୋନା ପଜିଟିଭଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କରୋନା ପଜିଟିଭ ପୂର୍ବରୁ ପ୍ରବାସୀମାନଙ୍କ ଠାରେ ଚିହ୍ନଟ ହୋଇଥିବା ବେଳେ ଏବେ ଧୀରେ ଧୀରେ ଗୋଷ୍ଠୀ ସଂକ୍ରମଣ ରୂପ ନେବା ଆଶଙ୍କା ସୃଷ୍ଟି ହୋଇଛି । ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଜନବହୁଳ ଗ୍ରାମ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ପରିଚିତ କଙ୍କୋରଡ଼ା ବଜାରରେ ଜଣେ ଚାହା ଦୋକାନୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ତହସିଲଦାର ଅମିତ କୁମାର ନାୟକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଓ ପାଟପୁର ପୋଲିସ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଉକ୍ତ ଚାହା ଦୋକାନୀଙ୍କ ଠାରେ ପହଞ୍ôଚ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ପାରଳା କୋଭିଡ଼ ହସ୍‌ପିଟାଲ୍ ପଠାଇ ଥିଲେ । କରୋନା ପଜିଟିଭ ଚିହ୍ନଟ ହୋଇଥିବା ଚାହା ଦୋକାନୀଙ୍କ ଚାହା ଦୋକାନ ପାଖରେ ବ୍ୟାଙ୍କ୍ ଥିବାରୁ ସେଠାରୁ ବହୁ ଲୋକ ଚା’ ପିଇବା ପାଇଁ ଆସନ୍ତି । ତେଣୁ ତାଙ୍କୁ ଟ୍ରେସିଂ କରାଯାଉଛିଁ । ତେବେ ତାହା ଦୋକାନୀଙ୍କୁ ପଚରା ଉଚରା କରାଯାଇ ସେମାନଙ୍କ କଣ୍ଟାକ୍ଟରେ କିଏ କିଏ ଆସିଛନ୍ତି ତାହାର ଟ୍ରେସିଂ ଚାଲିଛି । ସମସ୍ତଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟ ପାଇ ପଠାଯିବ । ଯଦି ଅଧିକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷିତ କରାଯିବ ପୋଲି ତହସିଲଦାର ପ୍ରକାଶ କରିଛନ୍ତି । ଏଠିକାର ୫ ଜଣ ଦୋକାନୀଙ୍କ ସ୍ୱାବ୍ ଟେଷ୍ଟ୍ ପାଇଁ ଶିତଳାପଲ୍ଲୀ କୋଭିଡ଼ ମେଡିକାଲ୍ ପଠାଯାଇଥିଲା ସେଥିରୁ ଜଣେ ପଜିଟିଭ ଚିହ୍ନଟ ହେବା ପରେ ହିଞ୍ଜିଳି ପାରଳା କୋଭିଡ଼ ମେଡିକାଲ୍‌କୁ ପଠାଯାଇଥିବା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଓ ସରପଞ୍ଚ ପ୍ରଭାକର ପାଣିଗ୍ରାହୀ କହିଛନ୍ତି । ପଜିଟିଭ ଚିହ୍ନଟ ପରେ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ