ସାନଖେମୁଣ୍ଡି ତହସିଲରେ ଶୋକର ଛାୟା କରୋନା ନେଲା ସେକ୍ସନ ଅଧିକାରୀଙ୍କ ଜୀବନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କ ଆଜି ବ୍ରହ୍ମପୁର ସ୍ଥିତ ବାସଭବନରେ ମୃତ୍ୟୁ ଘଟିଛି । କାର୍ଯ୍ୟରତ ଅବସ୍ଥାରେ କରୋନା ଆକ୍ରାନ୍ତ କାରଣରୁ ଚିକିତ୍ସିତ ହୋଇଥିବା ସ୍ବର୍ଗତ ପାତ୍ର ନିଜ କରୋନା ଜନିତ ଅସୁସ୍ଥତା ଓ ଦୁର୍ବଳତା କାରଣରୁ ନିଜ ବାସଭବନ ରେ ଚିକିତ୍ସିତ ହଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ରେ ଅବନତି ଘଟିଥିଲା। ଗୋଚରରେ ନିଜ ବାସସ୍ଥାନରେ ରହି ଚିକିତ୍ସିତ ହେଉଥିଲେ । ଦିନ କୁ ଦିନ ସ୍ୱାସ୍ଥ୍ୟବସ୍ଥା ରେ ଅବନତି ଘଟିଥିଲା। ଆଜି ସକାଳ ପ୍ରାୟ ଆଠଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଅଛି । ସାନଖେମୁଣ୍ଡିରେ ସ୍ବର୍ଗତ ପାତ୍ରଙ୍କ ମୃତ୍ୟୁ ଜନିତ ଖବର ପ୍ରସାରିତ ହେବାପରେ ବ୍ଲକ ଏବଂ ତହସିଲ ଅଧିକାରୀ ଓ କର୍ମଚାରୀ ମନରେ ଶୋକର ଛାୟା ଖେଳିଥିବା ଲକ୍ଷ କରାଯାଇଅଛି । ସାନଖେମୁଣ୍ଡି ବ୍ଲକରେ ସେକ୍ସନ ଅଧିକାରୀ ଭାବେ କାମକରି ସମସ୍ତଙ୍କ ପ୍ରିୟପାତ୍ର ଥିବା ସ୍ବର୍ଗତ ପାତ୍ର ପରବର୍ତ୍ତୀ ସମୟରେ ସାନଖେମୁଣ୍ଡି ତହସିଲର ସେକ୍ସନ ଅଧିକାରୀ ଭାବେ ବଦଳି ହୋଇଥିଲେ । ଉଭୟ ବ୍ଲକ୍ ଏବଂ ତହସିଲ କାର୍ଯ୍ୟାଳୟର କର୍ମମୟ ଜୀବନରେ ଜଣେ କର୍ମଠ , ବନ୍ଧୁବତ୍ସଳ, ମେଳାପି ବ୍ୟକ୍ତିତ୍ଵ ଭାବରେ କର୍ମଚାରୀ ଓ ଅଧିକାରୀଙ୍କ ଠାରେ ପ୍ରତିପାଦିତ କରିଥିବାରୁ ତାଙ୍କ ନିଧନରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଥିବାବେଳେ ବହୁ କର୍ମଚାରୀ ଶେଷ ଦର୍ଶନ କରିଥିବା ଜଣା ପଡିଛି । ସ୍ୱର୍ଗତ ପାତ୍ରଙ୍କ ପ୍ରିୟ ଅମର ଆତ୍ମାର ସଦଗତି ପାଇଁ ପରମେଶ୍ବରଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।