ସାନଖେମୁଣ୍ଡି ତହସିଲ ପକ୍ଷରୁ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ନିଜସ୍ଵ ଜମି ଖତିଆନ ପାଇଁ ବିଦ୍ୟାଳୟ କୁଡ଼ିକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଡ଼ା ଶ୍ରୀନିବାସ ବେହେରାଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଏବିଇଓ , ସୁପରଭାଇଜର ,ରାଜସ୍ବ ନୀରିକ୍ଷକ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ବ୍ଳକ ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକବିଦ୍ୟାଳୟ,ଏବଂ ଉଚ୍ଚ ବିଦ୍ୟାଳୟ ( ହାଇସ୍କୁଲ) ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ମିଶି ୩୨ ଗୋଟି ୫ ଟି ଅନ୍ତର୍ଗତ ମୋସ୍କୁଲ ଯୋଜନାରେ ସାମିଲ ହାଇସ୍କୁଲର ନିଜସ୍ଵ ପଟ୍ଟା ତହସିଲଦାର ଶ୍ରୀ ବେହେରା ବଣ୍ଟନ କରିଥିଲେ । ସମସ୍ତ ବିଦ୍ୟାଳୟ ମାନଙ୍କୁ ନିଜ ବିଦ୍ୟାଳୟର ମାଲିକାନା ସତ୍ତ୍ବ ପାଇଁ ଆବେଦନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏହି କ୍ରମରେ ସାନଖେମୁଣ୍ଡି ତହସିଲରେ ରହିଥିବା ଅନେକ ସ୍କୁଲ ଆବେଦନ କରିଥିଲେ।ସେଥିମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ସରକାରୀ ଉଚ୍ଚ ବିଦ୍ୟାଳୟ , ନୋଡାଲ ଉଚ୍ଚ ବିଦ୍ୟାଳୟ ୧୮ ଏବଂ ଉଚ୍ଚ ପ୍ରାଥମିକବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ୧୪ ମୋଟ ୩୨ ଗୋଟି ବିଦ୍ୟାଳୟ କୁ ନିଜସ୍ଵ ଜମି ଖତିଆନ ନିଜସ୍ୱ ପଟ୍ଟା ତହସିଲଦାର ଡ଼ା ଶ୍ରୀନିବାସ ବେହେରା ବଣ୍ଟନ କରିଥିଲେ। ଯେଉଁ ବିଦ୍ୟାଳୟର ପଟା ନାହିଁ ସେହି ବିଦ୍ୟାଳୟ ନାମରେ ପଟ୍ଟା ପ୍ରଦାନ ଯଥା ଶୀଘ୍ର କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ଉପସ୍ଥିତ ଥିବା ଶିକ୍ଷକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।


