ତରାଣ୍ଡୋ ନୋଡାଲ ହାଇସ୍କୁଲରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବାରୋ ଗ୍ରାମପଞ୍ଚାୟତର ତରାଣ୍ଡୋ ନୋଡାଲ ହାଇସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବନ୍ଦନା ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରୋ ଗ୍ରାମପଞ୍ଚାୟତର ସରପଞ୍ଚ ଗୋପିନାଥ ମଲିକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଜୟ କୁମାର ପରିଡା, ସି.ଆର.ସି.ସି. ମହମ୍ମଦ ଜଲ୍ଲାଲୁଦ୍ଦିନ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସହକାରୀ ଶିକ୍ଷକ ଚକ୍ରଧର ସାମନ୍ତରାୟ ଅତିଥର ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଶିକ୍ଷା କମିଟିର ସମସ୍ତ ସଭ୍ୟ/ସଭ୍ୟାମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ