ସାନଖେମୁଣ୍ଡି ପ୍ରେସ କ୍ଳବର ସାଧାରଣଅଧିବେଶନ ଓ ଆଲୋଚନାଚକ୍ର

ଗଣମାଧ୍ୟମର ସହାଭାଗିତା ସମନ୍ୱୟରେହିଁ  ଗାଁ ର ବିକାଶ ସମ୍ଭବ

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ)  : ଆଜିର ସମାଜରେ ଗଣମାଧ୍ୟମ ପରିବର୍ତ୍ତନର ବାର୍ତ୍ତାବହ ଭାବେ ଗୁରୁତ୍ୱପୂର୍ଣ ଭୂମିକା ନେବାସହ ସୁସ୍ଥ ସମାଜ ଗଠନପାଇଁ ଦାୟିତ୍ୱବାନ ହେବାର ଅବଶ୍ୟକତା ରହିଛି | ମଶାଣି ରୁ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି କଣ୍ଟକିତ ପଥରେ ଯାତ୍ରା କଲେ ମଧ୍ୟ ବିକଶିତ ଓ ସମାଜକୁ ଆଲୋକ ପ୍ରଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି | ସବୁବର୍ଗ ସବୁ ସରକାରୀ ବିଭାଗର ସହାଭାଗିତାରେ ଗାଁର ପରିବର୍ତ୍ତନରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ କରିବ ବୋଲି ସାନଖେମୁଣ୍ଡି ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ସମାବେଶରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି |
ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶରେ ସମ୍ପାଦକ ପଦ୍ମଲୋଚନ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। କୋଷାଧକ୍ଷ ସତ୍ୟନାରାୟଣ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟବକ୍ତା ଭାବେ ପାଟପୁର କଲେଜ ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ବ୍ରହ୍ମା ପୋଡ଼ମାରି କଲେଜ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର ସମ୍ମାନିତ ଅତିଥି  ପାଟପୁର ଥାନା ଆଇ ଆଇ ସି ଅଜୟ କୁମାର ବାରିକ ଭାବେ ବ୍ଲକ ଶିକ୍ଷାଧିକାରି ମୁକୁନ୍ଦ ଚନ୍ଦ୍ର ପାଢ଼ୀ ବ୍ଲକ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ପଟନାୟକ ପାଟପୁର ବନପାଳ ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଭାଗ ସହ ଗଣମାଧ୍ୟମର ସମନ୍ୱୟ ଓ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ| “ସହଭାଗିତା ଓ ଗାଁ ରେ ଗଣମାଧ୍ୟମ “ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଡ଼ଃ ଅନନ୍ତରାମ କର ଯୋଗ ଦେଇ ଗଣମାଧ୍ୟମର ଉତ୍ପତ୍ତି ଠାରୁ ଅଦ୍ୟାବଧି କାର୍ଯ୍ୟପରିସର ପରିବର୍ତ୍ତନରେ ଭୂମିକା ସ୍ୱାଧୀନତା ସଂଗ୍ରାମ ଓ ସ୍ୱତନ୍ତ୍ର ଓଡିଶା ଗଠନରେ ଗଣମାଧ୍ୟମର ଭୂମିକା ସହ ସବୁ ଚାଲେଞ୍ଜକୁ ସମ୍ମୁଖୀନ କରି ମୁକ୍ତ ଅବାଧ ନିରପେକ୍ଷ ଖବର ପ୍ରସାରଣ ସମସ୍ତ ସରକାରୀ ବିଭାଗର ଉତ୍ତମ ସମନ୍ୱୟରେ ଜନସମାଜ କୁ ବିକାଶପଥ ପାଇଁ  ନିରନ୍ତର ଉଦ୍ୟମ ସମ୍ବିକାଶପଥ ପାଇଁ  ନିରନ୍ତର ଉଦ୍ୟମ ସମ୍ପର୍କରେ ମତ ଦେଇଥିଲେ | ଅଧ୍ୟାପକ ଡ଼ଃ ପ୍ରଣବାନନ୍ଦ ପାଟଜୋଷୀ  ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ.କବି ଲକ୍ଷ୍ମୀନାରାୟଣ ପଟନାୟକ ରାମଚନ୍ଦ୍ର ସାହୁ ପୂର୍ବତନ ବ୍ଲଜ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସିପିଆଇ ନେତା ଅନନ୍ତ ମହାଙ୍କୁଡ ଅଶୋକ ବେହେରା ଥାନା ଏସ ଆଇ ଶୁଭ୍ରଜିତ ସାମନ୍ତରାୟ ଛାତ୍ର ବିଜେଡି ସଭାପତି କାଳୁଚରଣ ନାୟକ ବିଜେପି ଯୁବମୋର୍ଚ୍ଚା ସଭାପତି ଏମ ଚିନ୍ମୟ ରେଡ଼ି କ୍ରୀଡା ଅଧ୍ୟାପକ କେ ନାନବାବୁ ଦୋରା ପୂର୍ବତନ ସମିତିସଭ୍ୟ ମୁକୁନ୍ଦ ଚନ୍ଦ୍ର ବରାଡ଼ ସାମାଜିକ କର୍ମୀ ପ୍ରତାପ ପ୍ରଧାନ ବେଣୁଧର ତ୍ରିପାଠୀ  ପ୍ରମୁଖ ଆଲୋଚନା କରିଥିବା ବେଳେ  ସାମ୍ବାଦିକ ରବୀନ୍ଦ୍ରନାଥ ଡ଼ାକୁଆ ଧନ୍ୟବାଦ ଅର୍ପଣ କରିଥିଲେ| କାଳୁଚରଣ ନାହାକ କେ ନାଗେଶୁ ରେଡ଼ି ଜଗନାଥ ପାଣିଗ୍ରାହୀ ପ୍ରଫୁଲ୍ଲ ସାବତ ବାରାନିଧି ପାତ୍ର ପ୍ରମୁଖ ପରିଚାଳନା କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ