ସାନଖେମୁଣ୍ଡି ବିଜେଡିର ଜନସମ୍ପର୍କ ପଦଯାତ୍ରରେ ଜିଲ୍ଲାପରିଷଦ ଅଧକ୍ଷା ଅଞ୍ଜଳି ସ୍ବାଇଁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇ ଜନସାଧାରଣଙ୍କୁ ସରକାରୀ ସେବା ଯୋଜନା ସମ୍ପର୍କରେ ସଚେତନା କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ବିଜେଡି ପକ୍ଷରୁ ପାଳିତ ହେଉଥିବା ଜନସଂପର୍କ ପଦଯାତ୍ରାର ଆଜି ଚତୁର୍ଥ ପର୍ଯ୍ୟାୟରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ୬୧ ନଂ ଜୋନରେ ପରିକ୍ରମଣ କରିଛି । ଡେଙ୍ଗାଡି ପଞ୍ଚାୟତର ରଙ୍ଗୁଣୀ ଛକରୁ ଆରମ୍ଭ ହୋଇଥିବା ଆଜିର ଏହି ପଦଯାତ୍ରାକୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ନେତୃତ୍ୱ ନେଇଥିଲା ବେଳେ ସାନଖେମୁଣ୍ଡି ବ୍ଲକ୍ ବିଜେଡି କର୍ମକର୍ତ୍ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ , ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚକ ପାତ୍ରଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜୋନ ନଂ ୫୯ , ୬୦ ଏବଂ ୬୧ ର ବିଜୟ ପ୍ରଧାନ, ଅମିନ ପ୍ରଧାନ , ଜିଲ୍ଲାପରିଷଦ ସଭ୍ୟା ମାମାନି ପାତ୍ରଙ୍କ ପ୍ରତିନିଧି ରାଜୀବ ପାତ୍ର , ବରିଷ୍ଟ ବିଜେଡି କାର୍ଯ୍ୟକର୍ତ୍ତା ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ସଞ୍ଜୟ ରାଉତ , ସରପଂଚ ଧୋବା ସ୍ବାଇଁ , ସହଦେବ ପ୍ରଧାନ ପ୍ରମୁଖଙ୍କ ସହ କୈଳାସ ପାତ୍ର, ଗୋପାଳ ରାଉଳ , ଜଗନ୍ନାଥ ପାତ୍ର,ରଞ୍ଜନ ପାତ୍ର ,ବିଜୟ ପାତ୍ର, ଶିବ ପ୍ରଧାନ , ଶିଶିର ଦଳାଇ ବୁଦୁ ପାତ୍ର , ଅଭିମନ୍ୟୁ ବିଷୋୟୀ , ଶିମଞ୍ଚଳ ପ୍ରଧାନ , ନୀଳାଚଳ ପଣ୍ଡା , ଦଣ୍ଡିଆ ପ୍ରଧାନ , ପ୍ରତାପ ପ୍ରଧାନ , ପାଣ୍ଡବ ପଢ଼ିଆଳି ,ଏ ମାଧବ ରାଓ ଦୋରା ପ୍ରମୁଖ ନିର୍ବାଚିତ ଦଜୀୟ ଜନପ୍ରତିନିଧି ଏବଂ ବିଜେଡି ଅନୁଗତ ଯୋଗ ଦେଇଥିଲେ । ଡେଙ୍ଗାଡି ପଞ୍ଚାୟତ ପରିକ୍ରମା ସହ ସମବେଶିତ ଭାବେ ପଦଯାତ୍ରା କଉଡ଼ିଆ , କଙ୍କୋରଡ଼ା , ଦୟାନିଧିପୁର , ଖଲିଙ୍ଗି ପଞ୍ଚାୟତ ସହ ଆଡପଡ଼ା ପଞ୍ଚାୟତ ପରିକ୍ରମଣ କରିଥିଲା । ଜନସମ୍ପର୍କ ପଦଯାତ୍ରାରେ ପ୍ରତି ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିବା ସହିତ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ , କୃଷି ଓ କୃଷକ ହିତକାରୀ ଯୋଜନା ସମନ୍ଧରେ ସଚେତନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ