ସାନଖେମୁଣ୍ଡି ବିଡ଼ିଓ ଙ୍କ ସହ ଦାବିପତ୍ର ମାଧ୍ୟମରେ ଆଲୋଚନା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଜନପ୍ରତିନିଧିଙ୍କ ଅପେକ୍ଷା ସରକାରୀ କର୍ମଚାରୀ ମାନେ ଏନେଇ ସମସ୍ତ ସମିତି ସଭ୍ୟ ଦଳ ଗତ ମେଳି ବାନ୍ଧି ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି | ସରକାରଙ୍କର ଯୋଜନା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜନପ୍ରତିନିଧି ମାନଙ୍କୁ ଅଣ ଦେଖା କରାଯାଉଥିବା ଅଭିଯୋଗ କରାଯାଉଛି | ତ୍ରିସ୍ଥରୀୟ ପଞ୍ଚାୟତ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଭାବେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇ ମଧ୍ୟ ସେମାନଙ୍କର ସମସ୍ୟାକୁ ଦୂର କରିବାପାଇଁ ଆମ ପାଖରେ କୌଣସି କ୍ଷମତା ନାହିଁ ବୋଲି କହିଥିଲେ | ବ୍ଲକ ସ୍ତରରେ ଏବଂ ପଞ୍ଚାୟତ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଥିବା ବେଳେ ସରକାରୀ କର୍ମଚାରୀ ସରପଞ୍ଚ ମାନେ ସମିତି ସଭ୍ୟ କୁ କୌଣସି ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟ କ୍ରମରେ ସାମିଲ କରାଯାଉ ନାହିଁ | କେନ୍ଦ୍ର ଓ ରାଜ୍ୟ ଅନୁଦାନ ପେନସନ,ରାସନକାର୍ଡ, ଆବାସ ଯୋଜନା ଭଳି ଉନ୍ନତି ମୂଳକ କାର୍ଯ୍ୟ କରିବାପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଥିଲେ | ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଉପସ୍ଥିତ ସମିତି ସଭ୍ୟ ମାନଙ୍କୁ କହିଲେ ଯେ ଆପଣମାନେ ପୂର୍ବରୁ ମୋ ପାଖକୁ ଆସି ସମସ୍ୟା ଜଣାଇ ନାହାନ୍ତି | ସରକାରଙ୍କର ବିଭିନ୍ନ ଯୋଜନାରେ ଆସୁଥିବା ଉନ୍ନତି ମୂଳକ କାର୍ଯ୍ୟ କଲେ ବ୍ଲକ ର ତଥା ଜନସାଧାରଣ ମାନଙ୍କର ଉନ୍ନତି ହେବ ସହ ଉପକୃତ ହେବେ ବୋଲି କହିଥିଲେ | ବ୍ଲକ ସମିତି ଫଣ୍ଡରେ ଗଛିତ ଥିବା ଟଙ୍କା ସମିତି ସଭ୍ୟ ମାନଙ୍କୁ ୪ ଲକ୍ଷ ଟଙ୍କାରେ ନିଜ ନିଜ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ବିଡ଼ିଓ ମତ ଉପସ୍ଥାପନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ