ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା): ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସାନଖେମୁଣ୍ଡି ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଥିଲେ । ଟି. ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଶ୍ରୀରାମ ନଗର ଠାରେ ନିର୍ମିତ ହୋଇଥିବା ଗାଈ ଗୁହାଳ, ଛଣମେରି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ, ପାଟପୁର ବାଳିକା ବିଦ୍ୟାଳୟ,ଖିଲିଙ୍ଗି ଉଚ୍ଚ ବିଦ୍ୟାଳୟ, କଙ୍କୋରଡା ଏନ୍.ବି.କେ. ବିଦ୍ୟାପୀଠ, ସାତପେଣ୍ଠ ଗୋପାଳପୁର ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ବିଦ୍ୟାଳୟ ଗୁଡିକରେ 5 ଟି ଅନ୍ତର୍ଗତ ପରିବର୍ତ୍ତନ କାର୍ଯ୍ୟ ବୁଲି ଦେଖିବା ସହ ବିଦ୍ୟାଳୟ ଗୁଡିକର ଉନ୍ନତି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡିକର ମାନ ଯାଂଚ୍ କରିବା ସହ ବିଦ୍ୟାଳୟକୁ ଆଧୁନିକ ଢାଞ୍ଚାରେ ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନ ଲାବୋରେଟୋରୀ, ଶୌଚାଳୟ, ଖେଳ ପଡିଆ ଇତ୍ୟାଦି ସଠିକ ଏବଂ ଆକର୍ଷଣୀୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପୋଡାମାରୀ ଚୈତନ୍ୟ ବିଦ୍ୟାପୀଠ ଏବଂ ସେଠାରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ସିଲେଇ କାର୍ଯ୍ୟ, କଂସମେରୀ ଠାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର, ସିଙ୍ଗିପୁର ଗ୍ରାମ ପଞ୍ଚାୟତ ରତ୍ନମଣୀ ପୁରଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର, କଲ୍ୟାଣ ମଣ୍ଡପ ଏବଂ ମିଶନ୍ ଶକ୍ତି ଗୃହ, ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତ ମିଶନ୍ ଶକ୍ତି ଗୃହ, ସାତପେଣ୍ଠ ଗୋପାଳପୁର ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି, ଜନ ସାଧାରଣ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଉନ୍ନୟନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡିକ ଉତ୍ତମ ମାନର ହେଲେ ସେଗୁଡିକ ଚିରସ୍ଥାୟୀ ହୋଇ ରହିବା ସହିତ ଲୋକଙ୍କର ହିତ ଦିଗରେ ବ୍ୟବହୃତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେପରେ ଜିଲ୍ଲାପାଳ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିଦର୍ଶନ କରି ଅକ୍ସିଜେନ ପ୍ଲାଣ୍ଟ ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କର ଏହି ଗସ୍ତ ସମୟରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଏବଂ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ