ସାନଖେମୁଣ୍ଡି ରେ ଇଟା ବାଲି ପଥର ଆକାଶ ଛୁଆଁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ର ସରକାର ଙ୍କ ପକ୍ଷରୁ ଦୀର୍ଘ ସମୟ ବ୍ୟବଧାନରେ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ କାର୍ଯ୍ୟାଦେଶ ପାଇ ଘରକାମ ଆରମ୍ଭ କରିଥିବା ଗରିବ ହିତାଧିକାରୀ ଏବେ ଇଟା ବାଲି ଓ ପଥର ରେ ମୂଲ୍ୟ ବୃଦ୍ଧି ରେ ଅତିଷ୍ଟ ହେଇଥିବା ଜଣାପଡିଛି । ସରକାରଙ୍କ ଆବାସ ଯୋଜନା ଧାର୍ଯ୍ୟ ଅଟକଳ ସହ ନିର୍ଦ୍ଧିଷ୍ଟ ସମୟ ସୀମାରେ ମଧ୍ୟରେ ଗୃହ ସମ୍ପୂର୍ଣ କରନ୍ତି ସ୍ବତନ୍ତ୍ର ପ୍ରୋତ୍ସାହନ ରାଶିର ରହିଥିଲେ ମଧ୍ୟ ହିତାଧିକାରୀମାନେ ପ୍ରୋତ୍ସାହନ ରାଶି ରୁ ବଞ୍ଚିତ ହେଉଛନ୍ତି।କାର୍ଯ୍ୟାଦେଶ ପାଇ କାମ ଆରମ୍ଭ କରିଥିବା ବହୁ ହିତାଧିକାରୀ ବାଲି ,ଇଟା ଓ ପଥର ର ଅହେତୁକ ମୂଲ୍ୟ ବୃଦ୍ଧି ମହଙ୍ଗା ମାଡ଼ ଯୋଗୁଁ ଚିନ୍ତା ବଢ଼ାଇଛି ହିତାଧିକାରୀଙ୍କୁ ଆବାସ ଯୋଜନା କାର୍ଯ୍ୟାଦେଶ ଆବଣ୍ଟନ ପରେ ସାନଖେମୁଣ୍ଡି ଅଞ୍ଚଳ ର ବାଲି ପଥର ମାଫିଆଙ୍କ ସହ ଇଟାଭାଟି ମାଲିକ ମାନେ ରାଜସ୍ୱ ବିଭାଗ ଙ୍କ ଜ୍ଞାତସତରେ ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି। ଗୋଟାଏ ଟ୍ରାକ୍ଟର ବାଲି ୧୨୦୦ ଟଙ୍କାରେ ମିଳୁଥିବା ବେଳେ ୨୦୦୦ଟଙ୍କାରେ ବିକ୍ରୀ ହେଉଛି। ବାଲି ମାଫିଆ ମାନେ ବର୍ଷା ଋତୁ ଯୋଗୁଁ ନଦୀ ରୁ ବାଲି ଉଠାଇ ଅନ୍ୟ ସ୍ଥାନରେ ରଖି ତାହା୨୫୦୦ରୁ୩୦୦୦ ହଜାରରେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ପଥର ଇଟା ଦରରେ ଆକାଶ ଛୁଆଁ ଇଟା ୩୦୦୦ ହଜାରକୁ ୧୮ ହଜାର ଟଙ୍କା ରେ ବିକ୍ରୀ ହେଉଥିବା ବେଳେ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ପରେ ପାଇଥିବା ହିତାଧିକାରୀ ଙ୍କୁ ୨୫ ହଜାରରେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି।ବହୁହିତାଧିକାରୀ ମହଙ୍ଗା ମାଡ଼ରେ ସନ୍ତୁଳିତ ହେଉଥିବା ବେଳେ ରାଜସ୍ବ ବିଭାଗୀୟ ଅଧିକାରୀଙ୍କ ନୀରବତା ଅବଲମ୍ବନ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଦର ଦାମ ବୃଦ୍ଧି ପାଇବା ପରେ ହିତାଧିକାରୀ ମାନେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ଅଭିଯୋଗ କରିବା ପରେ ବିଡିଓ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ମିଳିତ ଭାବେ ଅଞ୍ଚଳ ସମସ୍ତ ବାଲି ଶୈରାତ , ପଥର କ୍ୱାରୀ ଲିଜଧାରୀ ଏବଂ ଇଟାଭାଟି ମାଲିକଙ୍କ ମିଳିତ ବୈଠକ କରି ଆବାସ ଯୋଜନାର ହିତାଧିକାରଙ୍କୁ ଉପଯୁକ୍ତ ମୂଲ୍ୟରେ ଇଟା,ବାଲି,ପଥର ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିନାହିଁ । ଲିଜ ଧାରୀମାନେ ବର୍ଷା କାରଣରୁ ବାଲି ସଇରାତ ବନ୍ଦ ଥିବା ଦର୍ଶାଇ ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ହଜାର ହଜାର ଗାଡ଼ି ବାଲି ମହଜୁଦ ରଖି ଚଢ଼ା ମୂଲ୍ୟରେ ବିକ୍ରୀ ହେଉଛି । ଅନ୍ୟପଟେ ଅଞ୍ଚଳ ବାସୀଙ୍କ ଅଭିଯୋଗ ପ୍ରକାରେ ପ୍ରଦ୍ୟୁଷଣ ବୋର୍ଡ଼ ନିର୍ଦେଶ କ୍ରମେ ଉପର ଭାଟି ପୋଡ଼ା ଇଟା ବନ୍ଦ ହୋଇଯିବା ଫଳରେ ସାନଖେମୁଣ୍ଡିରେ ଥିବା ଚୀମିନି ଭାଟିର ପ୍ରାଦୁର୍ଭାବ ଦେଖାଦେଇଛି । ମହଜୁଦ ରଖିଥିବା ଇଟାକୁ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ରଖାଯାଇଥିବା କହୁଥିବା ବେଳେ ହିତାଧିକାରୀଙ୍କୁ ମିଲୁନଥିବା ଅଭିଯୋଗ ହେଉଅଛି । ଏନେଇ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ଙ୍କୁ ଫୋନ ଜରିଆରେ ଯୋଗା ଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ