ସାନଖେମୁଣ୍ଡି ରେ ବରିଷ୍ଟ ନାଗରିକଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବରିଷ୍ଟ ନାଗରିକଙ୍କୁ ଟିକାକରଣ ଦିଆଯାଇଛି । ସୋମବାର ୯୭ ଜଣ ବାରିଷ୍ଟ ନାଗରିକଙ୍କୁ ଟିକା ଦିଆଯାଇଛି । ଟିକାକରଣ କେନ୍ଦ୍ରରେ ୭ ଜଣ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି। ଟିକାକରଣ ପରେ ୩୦ ମିନଟ ପର୍ଯ୍ୟନ୍ତ ପାର୍ଶ ପ୍ରତିକ୍ରିୟା ପାଇଁ ଡାକ୍ତରଙ୍କ ନଜରରେ ରଖାଯାଉଛି। ଯଦି କୌଣସି ପାର୍ଶ ପ୍ରତିକ୍ରିୟା ଘଟେ ସେଥିପାଇଁ ମେଡ଼ିକାଲ ଟିମ ପ୍ରସ୍ତୁତ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ବାହାନ ଦାସ ପ୍ରକାଶ କରିଛନ୍ତି।