ସାନଖେମୁଣ୍ଡି ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ତତ୍ବାଧାନରେ ଆୟୋଜିତ ଜନଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେଶ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ ପିଜିସିଏଲ ଦିପ୍ତିମୟୀ ପାତ୍ର ମିଳିତ ଭାବେ ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଜନସାଧାରଣଙ୍କ ଆସିଥିବା ସମସ୍ୟା ଉପରେ ଗୁରୁତ୍ବ ଦେଇଥିଲେ ।ଏହି ଶୁଣାଣିରେ ୪୩୪ ଆବେଦନ କରିଥିଲେ । ସେଥି ମଧ୍ୟରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ବ୍ୟକ୍ତି ଗତ କାର୍ଯ୍ୟ ଭାବେ ଆବାସ ଯୋଜନା, ଭତାପ୍ରଦାନ, ଚିକିତ୍ସା ସହାୟତା, ରାସନ କାର୍ଡ ଭତ୍ତା ଜମିଜମା ସମ୍ୱନ୍ଧୀୟ, ସାମୁହିକ ଭାବେ ରାସ୍ତା ଘାଟ, ପାନୀୟ ଜଳ ଯୋଗାଣ,ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଙ୍ଗଲ ଜମି ପଟ୍ଟା , ସବ ରେଜିଷ୍ଟର ,ପାଟପୁର ଥାନା ସୀମା ନିର୍ଦ୍ଧାରଣ ଇତ୍ୟାଦି ସଂପର୍କରେ ଅଭିଯୋଗ ଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୪୩୪ ଗୋଟି ଅଭିଯୋଗ ମଧ୍ୟରୁ ୩୫୦ ଗୋଟି ବ୍ୟକ୍ତିଗତ ରହିଥିବା ବେଳେ ସାମୁହିକ ୮୧ ଗୋଟି ଆବେଦନ ପତ୍ର ମିଳିଥିଲା ଏହା ସହ ୩ ଜଣଙ୍କୁ ରେଡକ୍ରସ ସହାୟତା ରିଲିଫ ପାଣ୍ଠିରୁ ୪ ହଜାର ଲେଖାଏଁ ୧୨ ହଜାର ସହାୟତା ପ୍ରଦାନ କରାଯାଇଥିଲା ଏବଂ ୫ ଜଣଙ୍କୁ ଟ୍ରାଇ ସାଇକେଲ,ଜଣଙ୍କୁ ର୍ହୁଇଲ ଚେୟାର ସହାୟତା ପ୍ରଦାନ କରିଥିଲେ। ଅଭିଯୋଗ ଗୁଡିକୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଏହି ଶିବିରରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାହକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହନାଥ ପଟ୍ଟନାୟକ, ଡିଏସୱଓ ଆବିଦା ପ୍ରବିନ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ବାହନ ଦାସ ଜିଲ୍ଲାଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଆସିକା ଏସଡିପିଓ ଉମାଶଙ୍କର ସିଂ,ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ,ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ,ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥୀ ବ୍ଲକ କୃଷି ଅଧିକାରୀଣୀ ଜୟପ୍ରଭା ଆଚାର୍ଯ୍ୟ, ଗ୍ରାମ୍ୟଜଳଯୋଗାଣ,ଗ୍ରାମ୍ୟ ଉନ୍ନୟନ,ପୂର୍ତ୍ତ, ଜଙ୍ଗଲ,ବିଦ୍ୟୁତ ବିଭାଗ ଜିଲ୍ଲା ଏବଂ ବ୍ଲସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ମାନେ ଯୋଗ ଦେଇଥିଲେ। ସାନଖେମୁଣ୍ଡି ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉପସ୍ଥିତ ଥିଲେ।ସାନଖେମୁଣ୍ଡି ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ,କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।


