ସାନଖେମୁଣ୍ଡି ର ବିକାଶ ପାଇଁ ଜିଲାପାଳଙ୍କ ସମୀକ୍ଷା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଦିବାସୀ ଅଧୁସିତ ଅଂଚଳ ତଥା ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନସାଧାରଣ ମାନଙ୍କୁ କିଭଳି ଅତିସହଜ ରେ ଘର ପାଖରେ ସରକାରୀ ସୁବିଧା ସୁଚାରୁ ରୁପେ ପାଇ ପାରୁଛନ୍ତି କି ନାହିଁ ଏବଂ ଅଂଚଳ ର ସମସ୍ୟା ଉର୍ଣ୍ଣାୟନ କାର୍ଯ୍ୟ ର ସମୀକ୍ଷା କରିବା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ବୁଧବାର ଦିନ ସାନଖେମୁଣ୍ଡି ଗ୍ରସ୍ତ କରି ପ୍ରତ୍ୟେକ ପଞ୍ଚାୟତ ବୁଲି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି।ଗଂଜାମ -ଗଜପତି ଅଧୁସିତ ପଞ୍ଚୟତ ଟି.ଗୋବିନ୍ଦପୁର ରେ ପହଞ୍ଚିଥିଲେ।ଅଂଚଳ ର ମହିଳା ଜନସାଧାରଣ ଙ୍କ ଅଭିଯୋଗ ଶୁଣିଥିଲେ।ମୁଖ୍ୟ ସମସ୍ୟା ରାସ୍ତା,ପାଣି,ନେଟୱର୍କ, ସ୍ୱାସ୍ଥ୍ୟ ମୁଖ୍ୟ ସମସ୍ୟା ହେଉଥିବା ବେଳେ କନ୍ଧୁଣି ଦେବୀ ତପ୍ତପାଣି ଠାରେ ରାସ୍ତା ପାର୍ଶ୍ୱରେ ଜବର ଦଖଲ ଦୋକାନ କୁ ହଟାଇବା ପାଇଁ ଅଭିଜିଗ କରିଥିଲେ।ଏନେଇ ଜିଲ୍ଲାପାଳ ବିଭାଗୀୟଧିକାରୀ ଏବଂ ତହସିଲଦାର ଶ୍ରୀନିବାସ ବେହେରା ଙ୍କୁ ସମସ୍ୟା ର ଯଥାଶୀଘ୍ର ସମାଧାନ କରିବାପାଇଁ ନିର୍ଦେଶ ଦେଇଥିଲେ।ଏହା ପରେ ବିଭିନ୍ନ ପଞ୍ଚାୟତ ଗୁଡିକରେ କାର୍ଯ୍ୟକାରୀ ହୋଇଥିବା ଉର୍ଣ୍ଣାୟନ ମୂଳକ କାର୍ଯ୍ୟ,ରାସ୍ତା ଘାଟ, ମଡେଲ ଟ୍ୟାଙ୍କ,ଆଦର୍ଶ ଗୁହାଳ,ମୋ ବଗିଚା,ରୁରାଲ ପାର୍କ ପରିଦର୍ଶନ କରି ଖୁଶିବ୍ୟକ୍ତ କରିଥିଲେ।ଏବଂ ଆହୁରି କିଛି ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ବାକି ରହିଥିବା ମତଡ ପ୍ରକାଶ କରିଥିଲେ।ଏସ. ଗୋପାଳପୁର ପଞ୍ଚାୟତ ର ରତନେଇ ମନ୍ଦିର କୁ ରାସ୍ତା ଦୀର୍ଘ ୪ କି.ମି ପାହାଡ କାଟି ରାସ୍ତା ତିଆରି ହୋଇଥିବା ଦେଖିବାକୁ ରତନେଇ ପାହାଡ କୁ ଯାଇଥିଲେ।ରାସ୍ତା ର ଉର୍ଣ୍ଣତିକରଣ ପାଇଁ ସମ୍ମତୀ ପ୍ରକାଶ କରିଥିଲେ।ଖଲିଙ୍ଗୀ ପଂଚାୟତ ରେ ବିଜୁ କଲ୍ୟାଣ ମଣ୍ଡପ ଦେଖି ଖୁସି ମତବ୍ୟକ୍ତ କରିଥିଲେ।ଏହା ପରେ ଜୀଉରା,ପୋଡାମାରି,ଆଡପଡ଼ା ରେ ହୋଇଥିବା ରୁରାଲ ପାର୍କ ଦେଖି ଜିଲ୍ଲାପାଳ ଙ୍କ ମନମୁଗ୍ଧ କରିଥିଲା।ବିଭିନ୍ନ ସ୍କୁଲ ପରିଦର୍ଶନ କରି ଶିକ୍ଷକ ମାନଙ୍କ ଅଭିଯୋଗ ଶ୍ରେଣୀଗୃହ,ଖେଳ ପଡିଆ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ବିଭାଗୀୟ ଅଧିକାରୀ ବି ଇ ଓ ବସନ୍ତ କୁମାର ପଣ୍ଡା ଙ୍କୁ ସମସ୍ୟା ର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ।ପାଟପୁର,ରାଧାଦେଇପୁର ପଞ୍ଚାୟତ ଏବଂ ଚୁଡଙ୍ଗପୁର ପଂଚାୟତ ର ପାଳସପୁର ମହନଳା କୁ ନେଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ମୁଖ୍ୟ ହେଡକୂଅଟର ଏ ନ ଏ ସି କରିବା ପ୍ରସ୍ତାପ କୁ ଗ୍ରହଣ କରି ସର୍ଭେ କରିବାପାଇଁ ନିର୍ଦେଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ଉର୍ଣ୍ଣାୟନ ମୂଳକ କାର୍ଯ୍ୟ ର ସମୀକ୍ଷା ଏବଂ ଯଥାଶୀଘ୍ର କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ସାନଖେମୁଣ୍ଡି ବ୍ଲକ କୁ ଜିଲ୍ଲା ପ୍ରସାସନ ର ହଠାତ ଏଭକି ନଜର ପଡିବା ଯୋଗୁଁ ରାଜନୀତିକ ଦୁଷ୍ଟିକୋଣ କୁ ଦେଖିବାକୁ ଗଲେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଣ୍ଟାଭିଡା ସମସ୍ୟା ର ସମାଧାନ ହୋଇପାରୁଛି ବୋଲି ବିଧିଯିବି ମହଲ ରେ ମତ ପ୍ରକାଶ ପାଇଛି।ଜିଲ୍ଲାପାଳ ଙ୍କ ଗ୍ରସ୍ତ ବେଳେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ଭିକାରି ଖଣ୍ଡୁଆଳ,ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ପ୍ରତାପ ମହାପାତ୍ର, ଉପ ନିର୍ବାହୀ ଯନ୍ତ୍ରୀ କେ ମୋହନ ପାତ୍ର,ସରତ କୁମାର ସାହୁ,ଉପମା ଘଡେଇ,ବି ଇ ଓ ବସନ୍ତ କୁମାର ପଣ୍ଡା ପ୍ରମୁଖ ଜିଲ୍ଲାପାଳ ଙ୍କ ଗ୍ରସ୍ତ ରେ ଉପସ୍ଥିତ ରହିଥିବା ବେଳେ ପ୍ରତ୍ୟେକ ପଂଚାୟତ ରେ ସରପଞ୍ଚ,ସମିତିସଭ୍ୟ ପି ଇ ଓ ,ଏବଂ ଯନ୍ତ୍ରୀ ଉପସ୍ଥିତ ରହି ସମସ୍ୟା ଜଣାଇଥିଲେ।ଜିଲ୍ଲାପାଳଙ୍କ ୧୮ ଗୋଟି ପଞ୍ଚୟତ ସମୀକ୍ଷା ମଧ୍ୟରେ ପୋଡାମାରି,ଛଣମେରୀ,ପଟିଗୁଡା,ସିଙ୍ଗିପୁର,କଂସାମାରି,ମୋଲାଭଣଜା,ଗଙ୍ଗାପୁର, ଜୀଉରା, ପାଟପୁର, ରାଧାଦେଇପୁର,s ଗୋପାଳପୁର,ଖଲିଙ୍ଗୀ,ଆଡପଡା,ଏରେଣ୍ଡା,ଚୁଡଙ୍ଗପୁର,ସହାସପୁର,ଆମ୍ବ ଗାଁ,ପଂଚାୟତ ରେ ସମୀକ୍ଷା ବୈଠକ ହୋଇଥିବା ସୂଚନା ମିଳିଛି।