ସାନଘାଟି ନିକଟରେ ପୋଲିସର ଚଢ଼ାଉ ୩୨୦ ଲିଟର ଦେଶିମଦ ସହ ପିକଅପ ଭ୍ୟାନ ଜବତ, ୨ ଗିରଫ

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ପୋଲିସ ପକ୍ଷରୁ ଚୋରା ମଦ କାରବାରକୁ ରୋକିବା ପାଇଁ ଘନ ଘନ ଚଢ଼ାଉ ଜାରି ରହିଛି ଏବଂ ବିପୁଳ ପରିମାଣର ମଦ ମଧ୍ୟ ଜବତ ହେଉଛି । ତେବେ ଦେଶୀ ମଦର ଚୋରା ଚାଲାଣ ଥମିବାର ନାଁ ଧରୁନି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟି ନିକଟରେ ଚୋରା ଦେଶିମଦ ଚାଲାଣ ହେଉଥିବା ଖବର ପାଇ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୩୨୦ ଲିଟର ଚୋରା ଦେଶିମଦ ସହ ଗୋଟିଏ ପିକଅପ ଭ୍ୟାନକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅର୍ଥାତ ଶନିବାର ସକାଳ ସାଢ଼େ ୯ଟାରେ ଖଲ୍ଲିକୋଟ ଥାନା ସାକିରି ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଚୋରା ଦେଶିମଦ ଏକ ପିକଅପ ଭ୍ୟାନ ମାଧ୍ୟମରେ ଚାଲାଣ ହେଉଥିବା କୌଣସି ଏକ ସୁତ୍ର ରୁ ଖବର ପାଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ହିମାଶୁଂ ସେଖର ପାତ୍ର, ଏଏସଆଇ ଅନିଲ କୁମାର ଶବର, କନେଷ୍ଟବଳ ରୁଦ୍ରପ୍ରସାଦ ଭଟ୍ଟମିଶ୍ର, ମନୋରଞ୍ଜନ ଦାସଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ମିଳିତ ଭାବେ ସାନଘାଟି ନିକଟରେ ଉକ୍ତ ପିକଅପ ଭ୍ୟାନକୁ ଧରିବାରେ ସଫଳ ହୋଇଥିଲେ । ଗାଡ଼ିରେ ଥିବା ୩୨୦ ଲିଟର ଚୋରା ଦେଶିମଦ ଜବତ କରିଥିବା ବେଳେ ଏସମ୍ପର୍କରେ ଥାନା କେସ ନମ୍ବର ୬୮୬/୨୦୨୨ ମାମଲା ରୁଜୁ କରାଯାଇ ଚୋରାଦେଶି ମଦ ଚାଲାଣ ଅଭିଯୋଗରେ ପୁରୀ ଜିଲ୍ଲା ଚୁପିରିଙ୍ଗ ଅଞ୍ଚଳର ତପନ ସେଠୀ ଓ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଅନିଲ ବଳିଆରସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଚୋରା ମଦ କାରବାର କୁ ରୋକିବା ପାଇଁ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ