ସାନୀ ଇଣ୍ଡିଆ ପକ୍ଷରୁ ଏକ୍ସକନ-୨୦୧୯ରେ ବିସ୍ତୃତ ବର୍ଗର ନୂଆଉତ୍ପାଦର ବଜାର ପ୍ରବେଶ
ପ୍ରଥମ ଦିନରେ ଶ୍ରେୟୀ ଫାଇନାନ୍ସ୍ ପକ୍ଷରୁ ୧୩୦ ଏକ୍ସାଭେଟର ପାଇଁ ଅର୍ଡର ୧୨ ଡିସେମ୍ବର, ୨୦୧୯: ନିର୍ମାଣ ଯନ୍ତ୍ରାଂଶ, ହେଭି ଯନ୍ତ୍ରାଂଶ ତଥା ଅକ୍ଷୟ ଶକ୍ତି ଉତ୍ସ କ୍ଷେତ୍ରରେ ବିଭିନ୍ନ ଉତ୍ପାଦ ଉପଲବ୍ଧ କରାଉଥିବା ସାନୀ ଇଣ୍ଡିଆ ପକ୍ଷରୁ ୯ଟି ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ବବେଙ୍ଗାଲୁରୁଠାରେ ଆୟୋଜିତ ଏକ୍ସକନ-୨୦୧୯ରେ
ଘୋଷଣା କରାଯାଇଛି । ଏଠାରେ ଭାରତ ତଥା ବିଦେଶରୁ ୧୨୫୦ରୁ ଅଧିକ କମ୍ପାନୀ ଅଂଶ ଗ୍ରହଣ କରି ନିଜର ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ଏଠାରେ ବିସ୍ତୃତ ବର୍ଗର ଏକ୍ସାଭେଟର, ଟ୍ରକ୍ କ୍ରାୱଲର, କ୍ରେନ୍, ରୋହ୍ ନିର୍ମାଣ ଯନ୍ତ୍ରାଂଶ, ଖଣି ଖନନ ଯନ୍ତାଂଶ ଆଦି ପ୍ରଦର୍ଶନ ହୋଇଛି । ଏହା ଭାରତରେ ବ୍ୟାପି ବିଭିନ୍ନ ବିତରକ ଏବଂ ଡାଇରେକ୍ଟ ସେଲସ୍
ନେଟ୍ ୱାର୍କରେ ଉପଲବ୍ଧ ହେବ । ଏହାର ପ୍ରଥମ ଦିନରେ ସାନୀ ଇଣ୍ଡିଆ ଶ୍ରେୟୀ ଫାଇନାନ୍ସ୍ ପକ୍ଷରୁ ୧୩୦ ଏକ୍ସାଭେଟର ଡେଲିଭରି ଅର୍ଡର ହାସଲ କରିଛି । ଏହି ଅବସରରେ ସାନୀ ଇଣ୍ଡିଆର ଦକ୍ଷିଣ ଏସିଆ ଏମଡି ଦୀପକ ଗର୍ଗ, ବିକ୍ରି ଏବଂ ବିପଣନ ନିର୍ଦ୍ଦେଶକ ଧୀରଜ ପଣ୍ଡା, ଏଚଇ ଏବଂ କଙ୍କ୍ରିଟ୍ ବିୟୁ ମୁଖ୍ୟ ସଞ୍ଜୟ ସାକ୍ସସେନା, ଏକ୍ସାଭେଟର ବିୟୁ ମୁଖ୍ୟ ଶଶାଙ୍କ ପାଣ୍ଡେ, କଷ୍ଟମର ଫାଇନାନ୍ସ୍ ମୁଖ୍ୟ ଅରୁଣ ରଘୁନାଥ ଏବଂ ଶ୍ରେୟୀ ଫାଇନାନ୍ସ୍ର ଏମ୍ଡି ଡି.କେ. ବ୍ୟାସ ଏବଂ ସଭାପତି ଅମିତ ଡାଙ୍ଗ୍ ପ୍ରମୁଖ ଉପସ୍ଥିତ ଥିଲେ ।