ସାନ୍ଧ୍ୟ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସରେ ୱେବିନାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳକ ବିଭାଗ ଆନୁକୁଲ୍ୟରେ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଏକ ଆଭାଷୀ(ୱେବିନାର) ବୈଠକ କଲେଜ ଅଧ୍ୟକ୍ଷ ମଧୁସୁଦନ କାମିଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାଷୀ ବୈଠକରେ ବାଳକ ବିଭାଗର ଜାତୀୟ ସେବା ଯୋଜନାର ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରି ମତଦାତା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବୀରହନୁମାନଜୀଉ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପକ ଡଃ. ଆଲୋକ କୁମାର ରାୟ ଯୋଗଦେଇ ମତଦାତା ଦିବସର ଆଭିମୁଖ୍ୟ, ଲକ୍ଷ୍ୟ, ଉଦେଶ୍ୟ ଓ ବିଶେଷତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଏହି ଆଭାଷୀ ବୈଠକରେ ସମାଜସେବୀ ଆମରିନ ସେହଦତ ଯୋଗଦେଇ ଇଭିଏମରେ ଭୋଟଦାନ କୈାଶଳ ଏବଂ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ପ୍ରକାଶ ରଞ୍ଜନ ଦାସ, ରାକେଶ କୁମାର ସାହୁଙ୍କ ସମେତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ବରିଷ୍ଠ ଅଧ୍ୟାପକ ପ୍ରକାଶ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।