ସାପକାମୁଡାରେ ମହିଳା ମୃତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଏକ ବିଷଧର ସର୍ପ କାମୁଡି ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଞ୍ଚାୟତର ଜମରା ଗ୍ରାମର ସଞ୍ଜୟ କୁମାର ମହାନ୍ତିଙ୍କ ପତ୍ନୀ ହରପ୍ରିୟା ବୁଧବାର ସକାଳ ପ୍ରାୟ ସାଢେ ୫ଟାରେ ତାଙ୍କ ବାରିପଟ ଘସିଚାଳିରେ ଥିବା ପହଁରା ଆଣିବାକୁ ଯାଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ହରପ୍ରିୟାଙ୍କୁ ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ନିକିରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।