ସାପ କାମୁଡା ରେ ଶିଶୁ ମୃତ

ରାଇରଙ୍ଗପୁର- ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ହାତିଆ ଗ୍ରାମରେ ଅହି ଦଂଶନରେ ଏକ ଶିଶୁ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଯାଇଛି। ରବିବାର ଅପରାହ୍ନ ଶାଢେ ପାଞ୍ଚଘଟିକା ପାଖାପାଖି ସମୟରେ ଶତାଇଶ କୁମାର ଗିରିଙ୍କ ଝିଅ ସ୍ନେହଲତା(୧୨) ଘର ଭିତରେ ଆଲମିରା ଉପରେ ଥିବା ଚାବିଗୁନ୍ଥି ଆଣିବା ପାଇଁ ଯାଇଥିଲେ ।ହଠାତ୍ ଲୁଚିଥିବା ଏକ ବିରାଟ ଗୋଖୁର ହାତର ଆଙ୍ଗୁଳିକୁ କାମୁଡି ଦେଇଥିଲା ।ଝିଅଟି ଓ ର ଚିତ୍କାର ଶୁଣି ଘର ଲୋକ ଦୌଡି ଆସିଥିଲେ ।ଗାଁ ଲୋକେ ବନ ବିଭାଗ କର୍ମଚାରୀ କୁ ଖବର ଦେଇଥିଲେ ।ବନ ବିଭାଗ କର୍ମଚାରୀ ସାପଟିକୁ ଧରି ଜଙ୍ଗଲରେ ନେଇ ଛାଡି ଦେଇଥିଲେ । ଝିଅକୁ ଘର ଲୋକେ ରାଇରଙ୍ଗପୁର ଡାକ୍ତର ଖାନାକୁ ଆଣିଥିଲେ ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଶିଶୁର ମୃତ ଖବର ଶୁଣି ଗାଁ ଲୋକଙ୍କର ସୁଅ ଛୁଟିଥିଲା ।ପରିବାର ଲୋକଙ୍କର କାନ୍ଦ ବୋବୋଳିରେ ଡାକ୍ତରଖାନା ଉଠୁଥିଲା ପଡୁଥିଲା ।ସୋମବାର ଦିନ ଶବ ବ୍ୟବଚ୍ଚେଦ କରାଯାଇ ପରିବାରବର୍ଗ ଙ୍କୁ ପୋଲିସ ହସ୍ତାନ୍ତର କରିଛି ।ଥାନାରେ ଅପମୃତ୍ୟୁ ମାମଲା ୧୧ ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ