ସାବଧାନ୍ ! ପେଟିଏମ୍ କେୱାଇସି ନାମରେ ଠକେଇ

ପେଟିଏମ୍ କେୱାଇସି ଦାଖଲ ଆଳରେ ଲକ୍ଷ ଲକ୍ଷ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ୟବହାରକାରୀଙ୍କ ପେଟିଏମ୍ ଆକାଉଣ୍ଟ୍ରେ ଥିବା ଅର୍ଥରାଶି ହଡ଼ପ କରାଯାଉଛି । ସାଧାରଣ ଲୋକ ଠକମାନଙ୍କୁ ବୁଝି ନ ପାରି ବିପୁଳ ଅର୍ଥ ହରାଉଛନ୍ତି । ଯଦି ଆପଣଙ୍କୁ କେହି ବ୍ୟକ୍ତି ଫୋନ୍ ଯୋଗେ କହୁଥାଆନ୍ତି ଯେ, ଆପଣଙ୍କ ପେଟିଏମ୍ କେୱାଇସିର ସମୟ ଅବଧି ଶେଷ ହୋଇଯାଇଛି, ତେଣୁ ଆପଣଙ୍କୁ ଏସ୍ଏମ୍ଏସ୍ ଏବଂ ଫୋନ୍ କେୱାଇସିର ସବିଶେଷ ବିବରଣୀ ପ୍ରଦାନ କରନ୍ତୁ, ତେବେ ସେମାନଙ୍କ କଥାକୁ ଆପଣ ବିଲ୍କୁଲ୍ ବିଶ୍ୱାସ କରନ୍ତୁନାହିଁ । ଏହା ଦ୍ୱାରା ଆପଣଙ୍କ ପେଟିଏମ୍ ଆକାଉଣ୍ଟ୍ରେ ଥିବା ବାଲାନ୍ସ କଟିଯିବ । ବିଗତ କିଛି ମାସ ହେଲା କିଛି ଠକ ଠକେଇ କରିବା ଲାଗି ଏଭଳି ନୂଆ ମାଧ୍ୟମ ଆପଣାଇଛନ୍ତି । ଏହି ଠକମାନେ ପ୍ରଥମେ ପେଟିଏମ୍ ବ୍ୟବହାରକାରୀଙ୍କୁ ଫୋନ୍ କରିଥାଆନ୍ତି ଏବଂ କହିଥାନ୍ତି, ଆପଣଙ୍କ ପେଟିଏମ୍ କେୱାଇସିର ସମୟ ଅବଧି ଶେଷ ହୋଇଯାଇଛି । ପୁଣି ଥରେ ଆପଣଙ୍କ ପେଟିଏମ୍ କେୱାଇସିକୁ ସକ୍ରିୟ କରିବା ଲାଗି ଆମେ ଆପଣଙ୍କୁ ଫୋନ୍ କରିଛୁ । ପୁଣି ଏମାନେ ପେଟିଏମ୍ ବ୍ୟବହାରକାରୀଙ୍କୁ ଏନିଡେସ୍କ, ଟିମ୍ଭିଉୟର୍, କୁଇକ୍ସପୋର୍ଟ ଭଳି ଆପ୍ ଇନ୍ଷ୍ଟଲ୍ କରିବା ଲାଗି ପରାମର୍ଶ ଦେଇଥାଆନ୍ତି । ଏହା ସହ ଇନ୍ଷ୍ଟଲ୍ଡ୍ ଆପ୍କୁ ପରିମିସନ୍ ଦେବା ଲାଗି ନିର୍ଦ୍ଦେଶ ଦେଇଥାଆନ୍ତି, ଯେମିତିକି ଅନ୍ୟ ଆପ୍ ଇନ୍ଷ୍ଟଲ୍ କରିବାରେ ପରିମିସନ୍ ଦେଇଥାଉ । ଏହି ଆପ୍କୁ ଇନ୍ଷ୍ଟଲ୍ କରିବା ପରେ ଠକବ୍ୟକ୍ତି ଜଣଙ୍କ ୯ ଡିଜିଟ୍ ଥିବା କୋଡ୍ ଏସ୍ଏମ୍ଏସ୍ ଦ୍ୱାରା ପଠାଇଥାଆନ୍ତିି ଏବଂ ଆପଣଙ୍କ ମୋବାଇଲ୍ ବା ଲାପ୍ଟପ୍ରେ ଇନ୍ଷ୍ଟଲ୍ଡ୍ ଆପ୍ରୁ ଜେନେରେଟ୍ ହୋଇଥିବା କୋଡ୍ ମାଗିଥାଏ । ଯାହା ଦ୍ୱାରା ସମ୍ପୃକ୍ତ ଠକ ଜଣଙ୍କ ଆପଣଙ୍କ ଡିଭାଇସ୍ ପାଖରେ ପହଞ୍ଚଚି ପାରିଥାଏ ଏବଂ ଆପଣ ବ୍ୟବହାର କରୁଥିବା ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ତଥା ମନିଆପ୍କୁ ବ୍ୟବହାର କରିବାରେ ସକ୍ଷମ ହୋଇଥାଏ । କିଛି ସେକେଣ୍ଡ୍ ଭିତରେ ଠକ ଜଣଙ୍କ ପେଟିଏମ୍ ସମେତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ତଥା ମନିଆପ୍କୁ ବ୍ୟବହାର କରି ଅର୍ଥ ଲୁଟିବାରେ ସକ୍ଷମ ହୋଇପାରିଥାଏ ।
ବେଳେବେଳେ ଆପଣଙ୍କ ମୋବାଇଲ୍କୁ ମୋଟା ଅଙ୍କର କ୍ୟାସ୍ବ୍ୟାକ୍ ପାଇବା ଲାଗି ଏକ ଲିଙ୍କ୍ ଏସ୍ଏମ୍ଏସ୍ ଜରିଆରେ ଆସିଥିବାର ଆପଣ ଲକ୍ଷ୍ୟ କରିଥିଲେ । ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ଆକାଉଣ୍ଟ୍ରେ ଥିବା ଟଙ୍କା ହଡ଼ପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ଯଦି ଆପଣଙ୍କ ମୋବାଇଲ୍କୁ ଏଭଳି ଏସ୍ଏମ୍ଏସ୍ ଆସୁଥିବାର ଦେଖୁଛନ୍ତି, ତେବେ ତୁରନ୍ତ ତାହାକୁ ଡିଲିଟ୍ କରିଦିଅନ୍ତୁ । କେବେ ହେଲେ ସେଥିରେ କ୍ଲକ୍ କରନ୍ତୁ ନାହିଁ । ପେଟିଏମ୍ ଫୁଲ୍ କେୱାଇସି କେବଳ ପେଟିଏମ୍ ଏଜେଣ୍ଟ୍ ଏବଂ ଆପଣଙ୍କ ମଧ୍ୟରେ ସାମ୍ନାସାମ୍ନି ପୂରଣ କରାଯାଇପାରିବ । ପେଟିଏମ୍ର ମିନିମମ୍ କେୱାଇସି ଆପଣଙ୍କୁ କାହାର ହେଲେ ସହାୟତା ନେବା ଆବଶ୍ୟକ ନାହିଁ । ଯେତେବେଳେ ମଧ୍ୟ ଆପଣ କୌଣସି ପେଟିଏମ୍ ଏଜେଣ୍ଟ୍ଙ୍କୁ କେୱାଇସି ସମ୍ପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି, ତାଙ୍କ ଆଇଡି ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ