ସାବଧାନ ରାଜନେତା
ପାଖେଇ ଆସୁଛି ନିର୍ବାଚନ ଋତୁ
ନେତାଏ ହେଲେଣି ସଜ
ଗାଆଁ ଗହଳିରେ ଘୁରି ବୁଲୁଛନ୍ତି
ସାଙ୍ଗରେ ଧରି ଫଉଜ ।୧।
ଶୁଭ ଶିଳାନ୍ୟାସ ଶୁଭ ଉଦ୍ଘାଟନ
ଭିତ୍ତିପ୍ରସ୍ତର ସ୍ଥାପନ
ଭୋଟରଙ୍କ ମନ ନେବାପାଇଁ କିଣି
ଦେଉ ଅଛନ୍ତି ଭୋଜନ ।୨।
ପାଞ୍ଚ ବର୍ଷ ପରେ ନିର୍ବାଚନ ପୁଣି
ନିକଟତର ହେଲାଣି
ପୂର୍ବକଥା ସବୁ ଭୁଲିଯାଇ ଏବେ
ନୂଆ ନୂଆ କହିଲେଣି ।୩।
ନେତାଏ ଭାବନ୍ତି ଭୋଟର ଭକୁଆ
ବୁଝାଇଲେ ବୁଝିଯିବେ
ନୋଅଟ ଧରେଇ ଭୋଅଟ କିଣିବା
ପନ୍ଥାଟିକୁ ଆରମ୍ଭିବେ ।୪।
ଦେଇଥିଲ କେତେ ପ୍ରତିଶ୍ରୁତି ଆଉ
କରିଛ କେତେ ପୂରଣ
ଭୋଟର ତୁମଙ୍କୁ କରିବେ ପ୍ରଶନ
ପକାଇବ ନାହିଁ ରାଣ ।୫।
ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ପ୍ରସନ
ଚଳିବ ନାହିଁ ଏଥର
ସଜାଗ ହେଲେଣି ଭୋଟର ସମାଜ
ଗଢିବେ ନୂଆ ସର୍କାର ।୬।
ଅଚଳ କରିବେ ସରକାରୀ କଳ
ଗଢିଲେଣି ନୂଆ ଦଳ
ସଭା ସମିତିରେ ଭାଷଣ ଦେଲେଣି
ସଂଗେ ଧରି ସୈନ୍ୟବଳ ।୭।
ବିଭିନ୍ନ ଦଳର ସୁନ୍ଦର ଭାଷଣ
କହନ୍ତି କଟୁ ବଚନ
ଏଥର ଜିତିଲେ ଦୂରହେବ ତୁମ
ସମସ୍ତ ସମସ୍ୟା ମାନ ।୮।
ବିଶ୍ୱାସରେ ବିଷ ଦେଇ ପାଞ୍ଚବର୍ଷ
କରିଲ ତୁମେ ଶାସନ
କହିଥିଲ କେତେ କରିଅଛ କେତେ
ହିସାବ ଦେବ ବହନ ।୯।
ହିସାବ କିତାବ କରିବେ ଏଥର
ସମସ୍ତ ଭୋଟର ବାସୀ
ସଠିକ୍ ଚିହ୍ନରେ ମୋହର ମାରିଣ
ଛଡାଇବେ ତୁମ ଖୁସି ।୧୦।
ସମୟ ଆସିଛି ବିଚାର କରିବେ
କୁହନାହିଁ ମିଥ୍ୟା କଥା
ବେଳ ଥାଉଥାଉ ହୁଅ ସାବଧାନ
ପରିଶ୍ରମ ହେବ ବୃଥା ।୧୧।
ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ରାଜନୀତି
ଚଳିବ ନାହିଁ ଏଥର
ପରିବର୍ତ୍ତନର ସ୍ବର ଉଠିଲାଣି
ଏତିକି ଗୁହାରି ମୋର ।୧୨।
ହୁଅ ସାବଧାନ ରାଜନେତା ବନ୍ଧୁ
ଭୋଟରଙ୍କ ବେଳ ଏହି
ଶିକ୍ଷିତ ଭୋଟର ସଠିକ ବିଚାର
ଦେଉଛି ତୁମକୁ କହି ।୧୩।
ଉନ୍ନତି ନାମରେ କେତେକଥା କହି
କରିଥିଲ ଶିଳାନ୍ୟାସ
ହଟିନି ଦାଦନ ସମସ୍ୟା ବଢିଛି
କୁଆଡ଼େ ଗଲା ବିକାଶ ।୧୪।
କେଉଁ ମୁହଁ ନେଇ ଦେଉଛ ଭାଷଣ
କରୁଛ ଭିତ୍ତିପ୍ରସ୍ତର
ସବୁ ଅଙ୍କ ତୁମ ହୋଇଯିବ ଭୁଲ୍
ଭୋଟର ଦେବେ ପ୍ରହାର ।୧୫।
ଭୋଟର ପ୍ରହାର ବହୁ ଶକ୍ତିଶାଳୀ
ଖାଇଲେ ତୁମେ ଜାଣବ
ନଥିବ ଶାସନ ନଥିବ କ୍ଷମତା
ଘରେଲୁଚି ରହିଥିବ ।୧୬।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ – ୯୮୫୩୧୪୨୫୧୦