ସାମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ଗଙ୍ଗଦାହାଟକୁ ଖୋଲାସ୍ଥାନକୁ ସ୍ଥାନାନ୍ତର
ନାଉଗାଁ : ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟରେ ସାପ୍ତାହିକ ହାଟ ସୋମବାର ଓ ଗୁରୁବାର ବସେ । କିନ୍ତୁ କରୋନା ପାଇଁ ଲଡ ଡାଉନ ଘୋଷାଣ ହେବା ପରେ ସାମାଜିକ ଦୁରତ୍ୱ ରକ୍ଷା କରିିବା ବଜାରକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । କିନ୍ତୁ ପରିବା ଚାଷୀ ଓ ଗ୍ରାହକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ବ୍ଳକ ପ୍ରଶାସନ ଓ ବଜାର କମିଟିର ସଭାପତି ବିଜୟ ବେହେରା, ଉଲ୍ଲାସ ସ୍ୱାଇଁ, ପାଗଲ ସେନାପତି, ବିଜୟ ଜେନା, ଅକ୍ଷୟ ବେହେରା, ବାବାଜି ଜେନା, ବେଣୁଧର ବିଶ୍ୱାଳ ଓ ଅନ୍ୟ ସଦସ୍ୟମାନଙ୍କ ନିଷ୍ପତି କ୍ରମେ କେବଳ ସାପ୍ତାହିକ ହାଟ ସୋମବାର ଖୋଲାଯିବା । କିନ୍ତୁ ଉକ୍ତ ହାଟକୁ ଏକ ଖୋଲା ସ୍ଥାନକୁ ଉଠାଇ ନିଆଯିବ ବୋଲି ସ୍ଥିର କରାଯାଇଥିଲା । ଏହା ଦ୍ୱାରା ପରିବା ଚାଷୀ ଓ ଗ୍ରାହକ ମାନେ ଆଶ୍ୱସ୍ତି ଲାଭ କରିଥିଲେ । ଏହି ହାଟକୁ ଜିନିଷ କ୍ରୟ କରିବା ପାଇଁ ଆସୁଥିବା ଜନସାଧାରଣମାନେ ଦୁରରେ ଛିଡା ହେବା ସହିତ ଦୋକାନ ସମ୍ମୁଖରେ ହୋଇଥିବା ଗୋଲେଇ ଭିତରେ ରହି ଜିନିଷ କ୍ରୟ କରୁଥିବା ଦେଖିବାକୁ ମିଳିଛି । ଶାନ୍ତଶୃଙ୍ଖଳାର ସହ ଖୋଲା ସ୍ଥାନରେ ହାଟ ଚାଲିଥିବା ବେଳେ ସାମାଜିକ ଦୁରତ୍ୱ ମଧ୍ୟ ବଜାୟ ରହିଥିବା ଦେଖିବାକୁ ମିଳିଥିଲା ।


