ତିରୁଣାରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଂଟନ

ନାଉଗାଁ : ନାଉଗାଁ ବ୍ଲକ ତିରୁଣା ପଂଚାୟତସ୍ଥିତ ତିରୁଣା ଗ୍ରାମର ମା’ବୃନ୍ଦାବତୀ ଓ ମା’ଶାରଳା ସ୍ୱୟଂ ସହାୟିକା ଦଳଙ୍କ ମିଳିତ ସହଯୋଗରେ ନିଜସ୍ୱ ସଂଚିତ ପାଣ୍ଠିରୁ ସ୍ଥାନୀୟ ଅଂଚଳରେ ଥିବା ନିରାଶ୍ରୟମାନଙ୍କୁ ଦୁଇ ଦିନ ହେଲା ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ଉକ୍ତ ପଂଚାୟତରେ ପଶି ରହିଥିବା କୋରାପୁଟ , ପଶ୍ଚିମବଂଗ ଶ୍ରମିକ ସହିତ ମାନସିକ ଭାରସାମ୍ୟ ହରାଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ଏହା ସହିତ ଗ୍ରାମର ଏକତା ସ୍ପୋଟିଂ କ୍ଲବର ସଦସ୍ୟମାନେ ସେମାନଙ୍କୁ ସହଯୋଗ କରି ଡେରିକି ଓ ତିରୁଣା ଆଦି ସ୍ଥାନରେ ବୁଲୁଥିବା ମାନସିକ ଭାରସାମ୍ୟ ଲୋକ ଏବଂ ଭିକାରୀମାନଙ୍କୁ ଉକ୍ତ ଖାଦ୍ୟକୁ ଯୋଗାଉଛନ୍ତି । ଏଥିରେ ତିରୁଣା ପଂଚାୟତର ନାଏବ ସରପଂଚ ଦିଜ୍ୱବର ପରିଡା, ମା ବୃନ୍ଦବତୀ ଦଳର ସଭାନେତ୍ରୀ ରେଣୁବାଳା ପରିଡା, ମାନସୀପ୍ରଭା ପରିଡା, ଚାରୁଲତା ଦାସ, ପ୍ରମିଳା ସାହୁ, କଲ୍ୟାଣି ସ୍ୱାଇଁ, ଏକତା ସ୍ପୋଟିଂ କ୍ଲବର ସଭାପତି ଜ୍ଞାନରଂଜନ ପରିଡା, ସଂପାଦକ ରାଧାଶ୍ୟାମ ସ୍ୱାଇଁ, ଉପଦେଷ୍ଟା ମୁକେଶ ପରିଡା, ରାଜା ସ୍ୱାଇଁ ଏବଂ ଚିନ୍ମୀୟ ପରିଡା ପ୍ରମୁୁଖ ସାମିଲ ଅଛନ୍ତି । ସ୍ୱୟଂ ସହାୟୀକା ଦଳର ମହିଳା ମାନେ ଦୁଇ ଦିନ ହେବ ରନ୍ଧା ଖାଦ୍ୟ ଅସହାୟ ବ୍ୟକ୍ତିଙ୍କ ନିକଟରେ ପହଂଚାଉ ଥିବାରୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ