ସାମାଜିକ ଦୂରତାକୁ ମାନୁ ନାଁହାନ୍ତି ମୋହନା ବ୍ଲକ୍ କର୍ମଚାରୀ

ମୋହନା, (ଅଂଶୁମାନ ପଣ୍ଡା): ସାରା ରାଜ୍ୟରେ ଏବେ କରୋନା ପାଇଁ ସତକର୍ତା ଜାରି ରହିଥିବା ବେଳେ ସାମାଜିକ ଦୂତନା ଓ ମାସ୍କ୍ ବାଧ୍ୟତାମୂଳକ ହୋଇଛି । କିନ୍ତୁ ଗଜପତି ଜିଲ୍ଳା ମୋହନା ବ୍ଲକ୍‌ରେ ଆଜି ଏକ ବୈଠକରେ ନିୟମକୁ କେହି ପାଳନ କରିନଥିବା ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାପଡିଛି ଯେ, ମୋହନା ବ୍ଲକ୍‌ରେ ଆଜି ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ବ୍ଲକ୍‌ର ସମସ୍ତ କର୍ମଚାରୀ, ସରପଂଚ ଓ ସରକାରୀବାବୁ ମାନେ ଉପସ୍ଥିତ ରହି କିପରି ଉକ୍ତ ଅଂଚଳରେ ସାମାଜିକ ଦୂରତା ତଥା ଅନ୍ୟାନ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେ ନେଇ ଏ ବୈଠକରେ ବୁଝା ଯାଉଥିଲା । ମାତ୍ର ସେଠାରେ ଥିବା ସମସ୍ତ କର୍ମଚାରୀ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା । ଯାହା ସାଧାରଣରେ ପଶ୍ନ ଉଠୁଛି ଯେ, ସତର୍କ କରାଇବା କର୍ମଚାରୀ ଯଦି ଏପରି ନିୟମକୁ ଭଙ୍ଗ କରିବେ ତା’ହେଲେ ସେମାନେ ଅନ୍ୟମାନଙ୍କୁ କରୋନା ସତର୍କତା ଉପରେ କ’ଣ ବୁଝାଇବେ । ଯଦି ଖୋଦ୍ ବ୍ଲକ୍ ପ୍ରଶାସନ ଏପରି କାର୍ଯ୍ୟ କରିବ ତେବେ ସାଧାରଣ ଲୋକଙ୍କ ଠାରୁ କ’ଣ ଆଶା କରାଯାଇପାରିବ ବୋଲି ଅଂଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ