ସାମାଜିକ ଦୂରତା ନ ରଖିଲେ ଦୋକାନ ସିଲ୍‌ ହେବା ସହିତ ଫୌଜଦାରୀ ମାମଲା ରୁଜୁ ହେବ

ଭୁବନେଶ୍ବର : ଆଜି ରାତ୍ରି ୮ଟା ପରେ ୪୮ଘଣ୍ଟିଆ ସଟ୍‌ ଡାଉନ୍‌ ଶେଷ ହୋଇଛି । ତେବେ ଏହି ସଟ୍‌ ଡାଉନ୍‌ ଶେଷ ହେବା ପରେ ବି କିଛି ନିୟମକୁ ବେଶ୍‌ କଡାକଡି କରାଯାଇଛି । ଏଣିକି ଦୋକାନ ଆଗରେ ୫ ଫୁଟ ଅନ୍ତରରେ ଗାର ବା ଗୋଲାକାର ଚିହ୍ନ ଟାଣିବେ ଦୋକାନୀ । ଦୋକାନୀ ମାନେ ଯେପରି ଗହଳି ନ ହୁଏ ସେଥିପ୍ରତି ଅଧିକ ଧ୍ୟାନ ଦେବେ । ଯଦି ଦୋକାନୀମାନେ ଏହିସବୁ ନିୟମ ନ ମାନନ୍ତି ତେବେ ସମ୍ପୃକ୍ତ ବ୍ୟବସାୟୀ ବା ଦୋକାନୀଙ୍କ ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଏହାସହିତ ଦୋକାନୀ ବା ବ୍ୟବସାୟୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସୂଚନା ରହିଛି । କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ଲକ୍‌ଡାଉନ୍ ପରେ ବି ସାମାଜିକ ଦୂରତା ବଜାୟ ରହିବ ବୋଲି କହିଛନ୍ତି ବିଏମସି କମିଶନର ଓ ପୋଲିସ କମିଶନର। କରୋନା ପରି ମହାମାରୀର କୌଣସି ପ୍ରକାରର ନିଦାନ ନଥିବାରୁ ଆମକୁ ସାମାଜିକ ଦୂରତ୍ବ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ପୋଲିସ୍‌ କମିଶନର । ଏଥିପାଇଁ ସମସ୍ତ ବ୍ୟବସାୟୀ ଓ ଦୋକାନୀ ମାନଙ୍କୁ ଗହଳି ନ କରାଇବା ପାଇଁ ଚେତାବନୀ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ