ସାମାଜିକ ଦୂରତା ରଖି କୃଷି ଓ ବିହନ ବୁଣିବା କାର୍ଯ୍ୟ କରିବାକୁ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ବର୍ତ୍ତମାନ କୃଷି ଓ ବିହନ ବୁଣିବା ଋତୁକୁ ଆଖି ଆଗରେ ରଖି କୋଭିଡ-19 ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ କଟକଣାରୁ କୃଷି କାର୍ଯ୍ୟକୁ ବାଦ ଦେବାକୁ ଅନୁମତି ଦେବା ନିମନ୍ତେ ସମସ୍ତ ରାଜ୍ୟଗୁଡ଼ିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। (https://pib.gov.in/PressReleseDetail.aspx?PRID=1608644). ଏହି ମାର୍ଗଦର୍ଶିକାରେ, କୃଷକ ଏବଂ କୃଷି ଶ୍ରମିକଙ୍କ ଦ୍ବାରା କରାଯାଉଥିବା କୃଷି କାର୍ଯ୍ୟ, କୃଷି ଉତ୍ପାଦ ବିପଣନ, ମଣ୍ଡି ପରିଚାଳନା, କୃଷି ଏବଂ ବିହନ ବୁଣିବା ସଂକ୍ରାନ୍ତ ଯନ୍ତ୍ରାଂଶ ପରିବହନକୁ କଟକଣାରୁ ବାଦ ଦେବାକୁ କୁହାଯାଇଛି।ଏହି ଛାଡ଼କୁ ଗୁରୁତ୍ବର କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ଗୃହ ସଚିବ ଶ୍ରୀ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖିଛନ୍ତି। ୨୧ ଦିନିଆ ଲକଡାଉନ ସମୟରେ କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିବା ଏବଂ ଏ ସଂକ୍ରାନ୍ତରେ ସମସ୍ତ କ୍ଷେତ୍ରୀୟ ସଂସ୍ଥାଗୁଡ଼ିକୁ ଅବଗତ କରାଇବା ଲାଗି କୁହାଯାଇଛି। ସାମାଜିକ ଦୂରତ୍ବ ବଜାୟ ରଖି କୃଷି ଏବଂ ବିହନ ବୁଣା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ସୁନିଶ୍ଚିତ କରିବା ଲାଗି ଏହି ମାର୍ଗଦର୍ଶିକାରେ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ