ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଉଦ୍‌ଘାଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଖରା ଗରମ, ଯେଉଁଆଡ଼େ ଗଲେ ବି କେବଳ ଖରା ଆଉ ଖରା । ବିଶେଷ କରି ରାଜଧାନୀରେ ପ୍ରବଳ ଖରା ଓ ଗରମ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହି ପ୍ରବଳ ଖରାରେ ରାସ୍ତାକଡ଼ରେ ଯାଉଥିବା ତୃଷାର୍ତ୍ତ ଲୋକଙ୍କ ପାଇଁ ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖଣ୍ଡଗିରି ଜୟଦେବ ବାଟିକା ଛକଠାରେ ଉଦଘାଟିତ ହୋଇଯାଇଛି । ସଂଗଠନର ସଭାପତି ଚିତ୍ତରଞ୍ଜନ ଦାସଙ୍କ ପରିଚାଳନାରେ ଥଣ୍ଡା ଜଳ ଓ ଦହି ପାଣି ବଣ୍ଟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ଜଳଛତ୍ର ଶିବିରରେ ଶିବ ପ୍ରସାଦ ସେଣ, ରଞ୍ଜନ ପ୍ରଧାନ, ଅମର କୁମାର ନାୟକ, ଶିବରାମ, ପୁରୁଷୋତ୍ତମ ବାରିକ, ସନ୍ତୋଷ କୁମାର ପାତ୍ର, ଆଶିଷ ପଟ୍ଟନାୟକ, ମୁରଲୀ ଲାଲ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ତୃଷାର୍ତ୍ତଙ୍କୁ ଜଳ ପ୍ରଦାନ କରୁଛନ୍ତି । ଏହି ଜଳଛତ୍ର ଏକ ମାସ ଚାଲୁ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ