ସାମାନ୍ୟ ବଚସା କୁ ନେଇ ଛୁରାମାଡ ୩ଜଣ ଗୁରୁତର
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପିଛୁଲି ଗ୍ରାମରେ ଆଜି ରାମାୟଣ ଯାତ୍ରା ଚାଲିଥିବା ବେଳେ ଛୁରାମାଡ ରେ ୩ ଜଣ ଆହତ ହୋଇଛନ୍ତି।ଆହାତକ ମାନେ ହେଲେ ବୁରୁତୁଲୁ ଗ୍ରାମର ଶିବରାମ ଦାସ(୨୩), ସୁଦାମ ଦାସ(୨୪), ତପନ ଦାସ(୨୨) ବୋଲି ଜଣାପଡିଛି। ପିଞ୍ଛୁଲି ଗ୍ରାମରେ ଦୁଇପୁଞ୍ଜା ରାମାୟଣ ଯାତ୍ରା ଚାଲିଥିବା ବେଳେ ବୁରୁତୁଲୁ ଗ୍ରାମର ଶିବରାମ, ସୁଦାମ, ତୋଫାନ ଦେଖିବାକୁ ଯାଇଥିଲେ। ଯାତ୍ରା ସ୍ଥଳରେ ସାମାନ୍ୟ ବଚସା କୁ ନେଇ ପିଞ୍ଛୁଲି ଗ୍ରାମ ର ମିଟୁ ଦାସ ଓ ତାର ଅନ୍ୟ ଭାଇମାନେ ମିଶି ଛୁରୀ ରେ ଆଘାତ କରିଥିବା ତପନ କହିଛନ୍ତି । ଆହତମାନଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଶିବ ଓ ସୁଦାମ ର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଇଦେଇଥିଲେ । ରାମାୟଣ ଯାତ୍ରା ଚାଲିଥିବା ବେଳେ ସାମାନ୍ୟ ବଚସା କୁ ନେଇ ଏଭଳି କାଣ୍ଡ ହୋଇଛି। ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।।ଖବର ଲେଖାହେବା ସୁଦ୍ଧା ଥାନା ରେ ଏତେଲା ହୋଇନଥିବା ସେକେଣ୍ଡ ଅଫିସର ଆଦିତ୍ୟ ପ୍ରସାଦ ପାତ୍ର କହିଛନ୍ତି।


