ସାମାନ୍ୟ ବର୍ଷାରେ ରାସ୍ତାରେ ଲହଡ଼ା ଭାଙ୍ଗୁଛି ନର୍ଦ୍ଧମା ଜଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗାଁ ଠୁ ସହର ସବୁଠି ରାସ୍ତାଘାଟ ଚକାଚକ୍ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । ହେଲେ ପ୍ରଶାସନ୍ଖଳ ଅଧିକାରୀଙ୍କ ମନମୁଖୀ ଶାସନ ଓ ମେରିରାୟ ଶାସନ ଯୋଗୁଁ କିଛି ଗ୍ରାମରେ ରାସ୍ତାଘାଟ ଓ ଡ଼୍ରେନ ସଫା କରାନଯିବା ଯୋଗୁଁ ଅଯଥାରେ ସରକାରଙ୍କ ସ୍ୱଛ ଶାସନରେ କଳାଛିଟା ପଡ଼ିବା ସହ ସରକାରଙ୍କୁ ଅକାରଣରେ ନିନ୍ଦିତ ହେବାକୁ ପଡ଼ୁଛି । ଏହାର ଜ୍ଜଳନ୍ତ ଉଦାହରଣ ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମ ସୁନାରି ସାହିରେ ଦେଖିବାକୁ ମିଳିଛି । ସେମାବାର ଅପରାହ୍ନରେ ସ୍ଥାନୀୟ ଅଂଚଳରେ ଭୀଷଣ ବର୍ଷା ଲାଗି ରହିବା ଯୋଗୁଁ ରାସ୍ତାଘାଟ ବର୍ଷା ଜଳରେ ପରିପୁର୍ଣ୍ଣ ହୋଇ ପଡ଼ିଥିଲା । ସ୍ଥାନୀୟ ବ୍ଳକ ରାଳବ ଗ୍ରାମ ସୁନାରି ସାହିରେ ଦୀର୍ଘ ଦିନ ଧରି ଡ଼୍ରେନ ସଫା କରାଯାଉନଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇନପାରି ଗାଁ ରାସ୍ତାରେ ନର୍ଦ୍ଧମା ଜଳ ଲହଡ଼ା ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । ଗତ ବର୍ଷ ବର୍ଷାଋତୁରେ ସଂପୃକ୍ତ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ଗ୍ରାମ ଡ଼୍ରେନକୁ ସଫା କରାଯାଇଥିଲା ଏବଂ ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରାଯିବ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଥଲେ ମଧ୍ୟ ସେହି ଦିନ ଠାରୁ ଗ୍ରାମର ଡ଼୍ରେନକୁ ଆଉ କେବେ ବି ସଫା କରାଯାଇନଥିବା ନେଇ ଗ୍ରାମବାସୀ କହିଛନ୍ତି । ଫଳରେ ସାମାନ୍ୟ ବର୍ଷା ହେଲେ ଡ଼୍ରେନରେ ଜଳ ନିଷ୍କାସିତ ହୋଇନପାରି ନର୍ଦ୍ଧମା ଜଳ ଗାଁ ରାସ୍ତାରେ ଲହଡ଼ା ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଆଗାମୀ ବର୍ଷାଋତୁ ପୂର୍ବରୁ ପ୍ରଶାସନ ପକ୍ଷରୁ ଡ୍ରେନ ସଫା କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିଳା ଭଉଳ, ଭଟ୍ଟ ରାଉତ, ଦିଲ୍ଲି ରାଉତ, ବାବୁ ଦଳାଇ ପ୍ରମୁଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ