ସାମାନ୍ୟ ବର୍ଷା ରେ ଗାଁ ରାସ୍ତା ବେହାଲ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ମଙ୍ଗଳବାର ସଂଧ୍ୟାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ପାଣିରେ ଗାଁ ରାସ୍ତା ବେହାଲ ହୋଇ ପଡିଛି । ବିଶେଷକରୀ ନାଉଗାଁ-ଡାବରକୁ ସଂଯୋଗ କରୁôଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାର ଅବସ୍ଥା ସଙ୍ଗୀନ ହୋଇପଡିଛି । ଉକ୍ତ ରାସ୍ତାଟି ନାଉଗାଁ, ତିରୁଣା, ଡାବର, ଘୋଡାଂଶ ପଂଚାୟତର ସଂସାଇଲୋ ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଉପରେ ୩ ଟି ପଂଚାୟତର ଜନସାଧାରଣଙ୍କ ବ୍ୟତିତ ବାଲିକୁଦା ବ୍ଳକର କିଛି ପଂଚାୟତ ମଧ୍ୟ ଯିବା ଆସିବା କରିବା ପାଇଁ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତାର ଗୋଠଦା ନିକଟରେ ୧ କିମି ଓ କାନୁନଗୋସାହି ନିକଟରେ ଦେଢ କମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ବର୍ଷାରେ ଆଣ୍ଠୁଏ ଲେଖାଁ ପାଣି ଜମିବା ସହିତ ଗାଁ ଦାଣ୍ଡରୁ କାଦୁଅ ବୋହି ରାସ୍ତାରେ ପଡି ରହିଛି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ସେହିପରି କାନୁନଗୋସାହି ନିକଟରେ ଥିବା ରାସ୍ତାରେ ପାଣି ଦୀର୍ଘ ଦିନ ଜମି ରହୁଛି । ଦୀର୍ଘ ଦିନ ପାଣି ଜମି ରହିବା ଦ୍ୱାରା ସେଠାରୁ ପଚା ଗନ୍ଧ ମଧ୍ୟ ବାହାରି ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଜନସାଧାରଣ ଉକ୍ତ ପଚା ପାଣିରେ ଯିବା ଆସିବା ମଧ୍ୟ କରୁଛନ୍ତି । ରାସ୍ତା ପାଶ୍ୱର୍ରେ ଡ୍ରେନଜ ସୁବିଧା ଓ ରାସ୍ତା ମରାମତି କରା ନଯିବାରୁ ଏପରି ସମସ୍ୟା ସୃଷ୍ଟିି ହେଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ସେହିପରି ଗଙ୍ଗଦାହାଟରୁ ତିରୁଣାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ପାଇକସାହି ଠାରୁ ମଝିପଡା ଦେଇ ବାଲିଗାଁକୁ ନିର୍ମାଣ କରାଯାଇଥିବା ପଂଚାୟତ ରାସ୍ତାର ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ ଏହି ରାସ୍ତାର ପାଇକସାହି ବାସୁଦେବ ଗାଦି, ମା’କୁତାମଚଣ୍ଡୀ ମନ୍ଦିର, ମଝିପଡାର ନାୟକ ସାହି ନିକଟ ରାସ୍ତାରେ ଦୀର୍ଘ ଦିନ ଧରି ଆଣ୍ଠୁଏ ପାଣି ଜମି ରହୁଛି । ପାଣି ନିଷ୍କାସନ ନ ହେବା ଦ୍ୱାରା ସେଠାରୁ ମଶା, ମାଛି ଉତ୍ପନ୍ନ ହେଉଛନ୍ତି । ଯାହାକି ଗାଁ ପରିବେଶ ଉପରେ କୁପ୍ରଭାବ ପଡୁଛି । ପୂର୍ବରୁ ରାସ୍ତା ନିର୍ମାଣ ସମୟରେ ରାସ୍ତା ପାଶ୍ୱର୍ରେ ଘର ନଥିବାରୁ ସହଜରେ ଜଳ ନିଷ୍କାସନ ହୋଇ ଯାଉଥିଲା । ପରବର୍ତୀ ସମୟରେ ରାସ୍ତା ପାଶ୍ୱର୍ରେ ଥିବା ବ୍ୟକ୍ତିଗତ ପୋଖରୀ, ଖାଲି ସ୍ଥାନରେ ଘର ନିର୍ମାଣ ହେବା ଦ୍ୱାରା ରାସ୍ତାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଉକ୍ତ ରାସ୍ତା ପାଶ୍ୱର୍ରେ ଡ୍ରେନଜ ନିର୍ମାଣ ପାଇଁ ବାରମ୍ବାର ଅଂଚଳବାସୀ ପଂଚାୟତରେ ଜଣାଉଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଜନସାଧାରଣ ବର୍ଷା ହେଲେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତା ପାଶ୍ୱର୍ରେ ଡ୍ରେନଜ ତିଆରି କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ