ସାମ୍ପାବ୍ୟ ଲଘୁଚାପ ବର୍ଷା ପାଇଁ ହରଭଙ୍ଗୀ ଡ୍ୟାମର
ମୋହନା, (ଅଂଶୁମାନ ପଣ୍ଡା) : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୁଷ୍ଠି ହେବାକୁ ଥିବାରୁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟାଲୋ ଜୋନ ଘୋଷଣା କରାଯାଇଛି । ଏହାରି ପ୍ରଭାବରେ ଗଜପତି ଜିଲ୍ଳାର ମୋହନା ବ୍ଲକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ କ୍ରମେ ହରଭଙ୍ଗୀ ଜଳ ପ୍ରପାତ ଡ୍ୟାମ କର୍ତ୍ତ୍ନପକ୍ଷ ନିବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ସନତ କୁମାର ମଲ୍ଲିକ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି । ଶୁକ୍ରବାର ରାତି ସାରା ପାଣି ଛଡା ଯାଇଛି । ଏହା ସହ ବର୍ଷାକୁ ଦେଖି ଅଧିକ ଗେଟ ଖୋଲା ଯାଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗୁପ୍ତା କହିଛନ୍ତି । ଡ୍ୟାମର ତଳି ଅଞ୍ଚଳରେ ବସବାସ କରି ରହୁଥିବା ଗ୍ରାମ ଗୁଡିକୁ ଡାକବାଜି ଯନ୍ତ୍ର ଯୋଗେ ସଚେତନତା କରାଯାଇଛି । ଗାଈ ,ଗୋରୁ ଆଦି ପଶୁ ଜନ୍ତୁକୁ ନଦୀ କୂଳକୁ ଛାଡିବାକୁ ମନା କରିବା ସହ ଯେଉଁମାନେ ନଦୀ କୁଳରେ ରହୁଛନ୍ତି ସେମାନେ ଜାଗା ଛାଡ଼ି ଉଚ୍ଚା ସ୍ଥାନକୁ କିମ୍ଵା କୋଠା ଘରକୁ ଚାଲିଯିବା ପାଇଁ ଅନୁରୋଧ କରାଯାଇଛି ।


