ସାମ୍ବାଦିକଙ୍କ କାର୍ କାଚ ଭାଙ୍ଗି ଲାପଟପ୍ ଲୁଟ୍

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଦୈନିକ ଖବର କାଗଜ ‘ଦିନଲିପି’ର କୋଣାର୍କ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ଦୀପ୍ତି ରଞ୍ଜନ ପାତ୍ରଙ୍କ କାରର ଡାହାଣ ପଟ କାଚ ଭାଙ୍ଗି କୌଣସି ଦୁର୍ବୃତ୍ତ ବ୍ୟାଗ୍ ମଧ୍ୟରେ ଥିବା ଲାପଟପ୍, ବୁମ୍, ଆଇକାର୍ଡ, କିଛି କାଗଜପତ୍ର ଲୁଟି ନେଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, କୋଣାର୍କ ଚନ୍ଦ୍ରଭାଗା ନିକଟରେ ଥିବା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟକୁ ଏକ ଜରୁରୀ କାର୍ଯ୍ୟରେ ନିଜର କିଆ କମ୍ପାନୀ ସୋନେଟ୍ କାର ନଂ- ଓଡ଼ି- ୦୨- ବିଟି-୩୧୧୧ ରେ ଯାଇଥିବା ବେଳେ ଅଫିସ୍ ଗେଟ୍ ବାହାରେ ଗାଡ଼ିଟି ରଖିଥିଲେ । ଅଫିସ୍ କାର୍ଯ୍ୟ ସାରି ୨୦ ରୁ ୨୫ ମିନିଟ୍ ମଧ୍ୟରେ ଫେରିବା ପରେ ଦେଖନ୍ତି ତ ତାଙ୍କ କାରର ଡାହାଣ ପଟ କାଚ ଭାଙ୍ଗି କାର ଭିତରେ ଥିବା ସାମ୍ବାଦିକ ପାତ୍ରଙ୍କ ଏଚପି କମ୍ପାନୀର ଲ୍ୟାପଟପ୍ ଟିକୁ କୌଣସି ଦୁର୍ବୃତ୍ତ ଲୁଟି ନେଇଚି ଏବଂ ପୂର୍ବରୁ ସେଠାରେ ଥିବା ଦୁଇଟି ବାଇକକୁ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଏ ନେଇ କୋଣାର୍କ ଥାନାକୁ ଖବର ଦେବାରୁ କୋଣାର୍କ ଥାନା ଏଏସ୍ଆଇ ସଂଘମିତ୍ରା ଚାନ୍ଦ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ କାରଟିକୁ କୋଣାର୍କ ଥାନାକୁ ଆଣିଥିଲେ । ଏ ନେଇ କୋଣାର୍କ ଥାନାରେ ସାମ୍ବାଦିକ ଶ୍ରୀ ପାତ୍ର ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି । ପୂର୍ବ ସୂଚନା ମୁତାବକ, କୋଣାର୍କ ଅଞ୍ଚଳରେ ବାରମ୍ବାର ଚୋରି, ଡ଼କାୟତି, ରାହାଜାନୀ ଭଳି ବିଭିନ୍ନ ସମୟରେ ଏଭଳି ଅପରାଧିକ କାର୍ଯ୍ୟକଳାପ ଘଟୁଥିବା ବେଳେ କୋଣାର୍କ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଚି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ