ସାମ୍ବାଦିକ ସଂଘର ଶୋକ ସଭା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମାଆ ଧନମନ୍ତୀ ବେହେରା(୯୪)ଙ୍କ ଗତକାଲିପରଲୋକ ଘଟିଛି । ସେ କିଛିଦିନ ହେବ ଅସୁସ୍ଥ ହୋଇ ଏଆଇଏମଏସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୫ଦିନ ତଳେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନ ଅଣାଯାଇଥିଲା । ଗତକାଲ ଦିନ ୩ଟା ସମୟରେ ହଠାତ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ସୁଚନା ମିଳିଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ପାରଳାଖେମୁଣ୍ଡି ସହରର ସାମୁଟିଆ ସାହିରେ ସେ ଦୀର୍ଘ ୮୦ ବର୍ଷ ହେବ ରହି ଆସୁଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ଭଗବାନ ବେହେରା ମତ୍ସ୍ୟ ବିଭାଗର ଜଣେ ଆଦର୍ଶ କର୍ମଚାରୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ,ବହୁ,ନାତି,ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ସତ୍କାର ଭୁବନେଶ୍ୱର ଠାରେ କରାଯାଇଛି । ତାଙ୍କ ମୃତ୍ୟୁର ଖବର ପାଇ ସେ ରହୁଥିବା ୩ନମ୍ବର ୱାର୍ଡ ସାମୁଟିଆ ସାହି ଅଞ୍ଚଳର ଲୋକଙ୍କ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମାଆ ଧନମନ୍ତୀ ବେହେରାଙ୍କ ବିୟୋଗରେ ଗଜପତି ଜିଲ୍ଲା ଏସୟୁଜେ ସମ୍ବାଦିକ ସଂଘ ତରଫରୁ ସଭାପତି ଗରୁଡ ଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ରଶ୍ମୀ ରଞ୍ଜନ ମିଶ୍ର,ଗଣେଶ ରାଜୁ,ଶିଶିର ଗୌଡ,ଜଗଦୀଶ ପଣ୍ଡା,ବୀର କିଶୋର ପଟ୍ଟନାୟକ,ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ