ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ରାସନ ସାମଗ୍ରୀ ପାଇଲେ ତୁଳସା
ଛତ୍ରପୁର, (ଦେବଦତ୍ତ ମହାରଣା) :-ମାନସିକ ବିକୃତି ଗସ୍ତ ଥିବାରୁ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀ ସୁବିଧା ରୁ ବଚିଂତ ହେଉଥିଲେ ଛତ୍ରପୁର ବ୍ୟାଙ୍କ କଲୋନୀର ତୁଳସା ପ୍ରଧାନ । ଏନେଇ ଘଟଣାର ଖବର ପାଇ ଆଜି ସାମ୍ବାଦିକ ପ୍ରଶାନ୍ତ ମହାରଣା, ସରୋଜ ସାମଲ ଓ ଫୋଟ ସାମ୍ବାଦିକ ସନ୍ତୋଷ କୁମାର ସାହୁ ବ୍ୟାଙ୍କ କଲୋନୀ ସ୍ଥିତ ତୁଳସାଙ୍କ ଘରେ ପହଂଚିଥିଲେ । ତୁଳସାଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ ସେମାନେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଷ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁଳସା ଜଣେ ମାନସିକ ବିକୃତି ଗ୍ରସ୍ତ ହୋଇଥିବାରୁ ସେକିଛି ଜାଣନ୍ତି ନାହିଁ ଏବଂ ପରିବାର ଚଳିବା କଷ୍ଟକର ହେଉଛି । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉକ୍ତ ଅଚଂଳର ଡିଲରକୁ ଅବଗତ କରାଇବା ସହ ଘର ନିକଟରେ ପହଂଚି ଦୁଇ ମାସର ୪୦ କେଜି ଚାଉଳ ସହଯୋଗ କରିଥିଲେ । ଅନ୍ୟପକ୍ଷରେ ରାସନକାର୍ଡରେ ତୁଳସୀ ପ୍ରଧାନଙ୍କ ନାମ ଥିବାରୁ ତାଙ୍କ ମୁଣ୍ଡ ଦୋଷ ଥିବାରୁ ସେ ରାସନ କାର୍ଡ ଧରିି ରାସନ ସାମଗ୍ରୀ ଆଣିପାରୁନଥିଲେ । ରାସନ ସାମଗ୍ରୀ ନେବା ସମୟରେ ଫିଙ୍ଗର ପ୍ରିଟିଙ୍ଗ ଆବଶ୍ୟକ ପଡୁଥିଲେ । ଏହି ଘଟଣା ସଂପର୍କରେ ଏହି ଦୁଇ ସାମ୍ବାଦିକ ଜାଣିବା ପରେ ପ୍ରଶାସନ ନିକଟରେ ସମସ୍ତ ବିଷୟରେ ଅବଗତ କରାଇଥିଲେ । ଏନଏସି ପ୍ରଶାସନ ଏହି ବିଷୟକୁ ଗୁରୁତ୍ୱ ନେଇ ତୁରନ୍ତ ଡିଲରକୁ ଅବଗତ କରାଇଥିଲେ । ପରେ ଡିଲର ତୁଳସାଙ୍କ ଘରେ ପହଂଚି ସେମାନଙ୍କୁ ସେମାନଙ୍କ ରାସନ ସାମଗ୍ରୀ ପ୍ରଦାନ କରିବା ସହ ଅନ୍ୟ ମାସରେ ମଧ୍ୟ ଘରକୁ ଆସି ରାସନ ସାମଗ୍ରୀ ପ୍ରଦାନ କରାଯିବ ବୋଲି କହିଥିଲେ ।