ସାମ୍ବାଦିକତା ଓ ସମାଜସେବାର ଉଜ୍ଜ୍ୱଳ ପ୍ରତିଭା ଥିଲେ ୰ପ୍ରଫୁଲ୍ଲ କୁମାର ତ୍ରିପାଠୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ, କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର(ଡିଏଭିପି) ର ଉପ-ମହାନିର୍ଦ୍ଦେଶକ ତଥା ସମାଜସେବୀ ୰ପ୍ରଫୁଲ୍ଲ କୁମାର ତ୍ର୍ରିପାଠୀଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ତଥା ସ୍ମୃତିଚାରଣ ସଭା ସ୍ଥାନୀୟ ଖଣ୍ଡଗିରିସ୍ଥିତ ସତ୍ୟମହିମା ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ପଦ୍ମଚରଣ ବେହେରା, ମୁଖ୍ୟବକ୍ତା ଭାବେ ସାମ୍ବାଦିକା ରୀନା ମହାନ୍ତି, ସମ୍ମାନିତ ଅତିଥି ଭାବେ ସମାଜସେବିକା ଗାୟତ୍ରୀ ସାମନ୍ତ ଯୋଗଦେବା ସହିତ ୰ତ୍ରିପାଠୀ ସାମ୍ବାଦିକତା, ସମାଜସେବା ତଥା ଶିକ୍ଷାର ଉଜ୍ଜ୍ୱଳ ପ୍ରତିଭା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିମା ସାଧୁ ମଧୁସୂଦନ ଦାସଙ୍କ ସହିତ ଅନ୍ୟ ସାଧୁଗଣ ଉପସ୍ଥିତ ରହିବା ସହ ବସ୍ତ୍ରବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ନାରାୟଣ ଖୁଂଟିଆ, ଉତ୍କଳ ବୁଲେଟିନର ସହ ସଂପାଦକ ପ୍ରିୟବ୍ରତ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମୁଗୁପୁର ସମାଚାରର ସଂପାଦକ ମଦନ ମୋହନ ପାଢ଼ୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ