ସାମ୍ବାଦିକ ଦେଖାଇଲେ ମହାନତା : ଶିକ୍ଷକଙ୍କୁ କଲେ ସଚେତନତା
ଫୁଲବାଣୀ, (ସୁନୀଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅଧୀନରେ କାର୍ଯ୍ୟରତ ଥିବା ଶିକ୍ଷକ ସରମା ବେହେରା ସ୍କୁଲ ରୁ ଡିୟୁଟି ସାରି ଫେରୁଥିବା ସମୟରେ ଫୁଲବାଣୀ ନଦୀଖଣ୍ଡି ସାଇ ନିକଟସ୍ତ ମେଂରୋର୍ଡ଼ ଉପରେ ମନୀପର୍ସ ଖସିପଡ଼ି ଥିଲା । ସେଇ ମନିପର୍ସ ଟି ଜିଲ୍ଲା ଓ ରାଜ୍ୟରେ ଚର୍ଚ୍ଚିତ ଯେକି ନିଜ ଜୀବନ କୁ ବାଜି ଲଗାଇ ଗରିବ ନିରୀହ ଅସହାୟ ଜନ ସାଧାରଣ ମାନଙ୍କ ସମସ୍ୟାକୁ ପ୍ରମାଣ ସହ ଖଵର୍ ପ୍ରସାର କରିବା ସହିତ ଲୋକଙ୍କ ସୁଖରେ ଦୁଃଖରେ ଭାଗୀ ହେଇ ପ୍ରଶାସନ ଙ୍କୁ ଅବଗତ କରି ଗରିବ ଅସହାୟ ଜନ ସାଧାରଣ ଙ୍କୁ ସାହାଯ୍ୟ କରୁଥିବା କନ୍ଧମାଳ ଜିଲ୍ଲା ର ସାମ୍ବାଦିକ କୁନା ଦିଗାଲ ଙ୍କ ନଜର୍ ରେ ପଡ଼ି ଥିବାରୁ ସାମ୍ବାଦିକ ଜଣ କ ତାଙ୍କର ମନୀପର୍ସ ଫେରେଇ ବା ପାଇଁ ବହୁ ଉଦ୍ୟମ କରିଥିଲେ । ଶେଷରେ ଶିକ୍ଷକ ଙ୍କର କୌଣସି ଫୋନ ଯୋଗାଯୋଗ ନ ହେଇଥିବା ହେତୁ ଶ୍ରୀ ଦିଗାଲ ଜିଲ୍ଲା ପରିବହନ କାର୍ୟାଳୟ କୁ ଯାଇ ତାଙ୍କର ସମସ୍ତ ଠିକଣା ଏବଂ ଫୋନ ନମ୍ବର୍ ଆଣି ସେଇ ନମ୍ବର୍ ଯୋଗେ ଯୋଗାଯୋଗ କରିବାରୁ ତାହା ମଧ୍ୟ ବିଫଳ ହେଇଥିଲା । ସରମା ବେହେରା ଯେହେତୁ ଫୁଲବାଣୀ ବ୍ଲକ୍ ଅଧିନରେ ଶିକ୍ଷକ ଅଛନ୍ତି ତେଣୁ ଫୁଲବାଣୀ ବ୍ଲକ୍ ଉନୟନ ଉପ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦିଗାଲ ଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହିତ ଶିକ୍ଷକ ଙ୍କୁ କେମିତି ତାଙ୍କର ମନୀପର୍ସ ଫେରେଇ ବେ ସେନେଇଁ ସି ଆର୍ ସି ସାର୍ ଙ୍କୁ ଯୋଗାଯୋଗ କରି ଶିକ୍ଷକ ସରମା ବେହେରା ଙ୍କର ମନୀପର୍ସ ଓ ସମସ୍ତ ଡକମେଣ୍ଟ ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ କୁ ଡାକି ଫେରସ୍ତ କରିଥିବା ଦେଖିବାକୁ ମିଳିଛି ।