ଶ୍ରୀ ପତିତପାବନ ଦେବ ଙ୍କ ସୁନାବେଶ

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ବଜାର ଠାରେ ପୂଜା ପାଇ ଆସୁଛନ୍ତି ଶ୍ରୀ ପତିତପାବନ ଦେଵ । ଠାକୁର ଙ୍କ ରଥ ଯାତ୍ରା ଉତ୍ସବ ଅବସରରେ ସୁନାବେଶ ଉତ୍ସବ ଅନୁଷ୍ଠିତ ହୋଇଛି। ରବିବାର ପ୍ରାତଃ ରେ ନିକଟସ୍ଥ ବିଷ୍ଣୁପୁର ଗ୍ରାମ ର ପୂଜକ ଲକ୍ଷ୍ମୀଧର ଦାଶ ଠାକୁର ଙ୍କୁ ମହାସ୍ନାନ କରିବା ପରେ ଖେଚୁଡ଼ି ଓ ଛେନା କାକରା ଭୋଗ ଲାଗି କରି ଥିଲେ। ଅପରାହ୍ନ କୁ ୩୩କିଲୋ ସୁନା ରେ ନିର୍ମିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, କିରୀଟ କୁ ଠାକୁର ଙ୍କୁ ଲାଗି କରାଯାଇ ଠାକୁର ଙ୍କୁ ସୁନାବେଶ ରେ ସଜ୍ଜିତ କରାଯାଇ ଥିଲା । ହଜାର ହଜାର ଭକ୍ତ ମନ୍ଦିର ରେ ଭିଡ଼ ଲଗାଇ ଠାକୁର ଙ୍କ ସୁନାବେଶ କୁ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ