ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଙ୍କୁ ହତ୍ୟା ଧମକ୍
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି,ତଥା ୧୫ବର୍ଷ ପୁରୁଣା ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଙ୍କୁ ହତ୍ୟା ଧମକ୍ ଦେଇଛନ୍ତି ଜଣେ ଶିକ୍ଷକ ଯାହାର ନାମ ସୁଧୀର ବେହେରା । ସୂଚନା ମୁତାବକ ସୁଧୀର ବେହେରା ଭଞ୍ଜନଗର ଗୋଷ୍ଠି ଶିକ୍ଷା ଅଧୀନରେ ଥିବା ସାନ କୋଦଣ୍ଡା ଅପର ପ୍ରାଇମେରୀ ସ୍କୁଲରେ ସେ ଭାରପ୍ରାପ୍ତ ପ୍ରଧାନ ଶିଷକ ଭାବେ କାର୍ଯ୍ୟରତ l ତାଙ୍କ ର ସ୍ତ୍ରୀ ସଂଯୁକ୍ତା ସାହୁ ସେ ଆସିକା cdpo ଅଫିସରେ supervisor ଭାବେ ଜାଲି ଜାତି ଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ହେବ କାଯ୍ୟ କରିଆସୁଛନ୍ତି । ଏହି ବିଷୟକୁ ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ରିପୋର୍ଟ ଦେବାପାଇଁ ଭଞ୍ଜନଗର ତହସିଲଦାର ଅଫିସ କୁ inquiry ପାଇଁ ନିର୍ଦ୍ଦେଶ ଆସିଥିଲା । ଭଞ୍ଜନଗର ତହସିଲ ପକ୍ଷରୁ inquiry ହେବାପରେ ଚାକିରୀ ଚାଲିଯିବା ଭୟରେ ସଂଯୁକ୍ତା ବେହେରାଙ୍କ ସ୍ୱାମୀ ସୁଧୀର ବେହେରା ପ୍ରଥମେ ସାମ୍ବାଦିକ ପ୍ରଦୀପ କୁମାର ସ୍ୱାଇଁ ଙ୍କ ନିକଟକୁ ଯାଇ ଜୋର୍ ଜବରଦସ୍ତ ତାଙ୍କ ପକେଟରେ ଗୋଟିଏ ଲଫାଫା ଭର୍ତ୍ତି କରିଦେଇଥିଲେ ,ଯାହାକୁ ଶ୍ରୀ ସ୍ୱାଇଁ ସୁଯୋଗ ନ ଦେଇ ବାରଣ କରିଥଲେ । ଏଥିରେ ସେ ଉତେଜିତ ହୋଇ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଚାଲିଆସିଥିଲେ। ତତ୍ କ୍ଷଣାତ ସାମ୍ବାଦିକ ପ୍ରଦୀପ କୁମାର ସ୍ବାଇଁ ଏବଂ ଉତ୍କଳ ସାମ୍ବାଦିକ ସଂଘ ର ସମସ୍ତ ସଭ୍ୟ ମିଳିତ ହୋଇ ଭଞ୍ଜନଗର ଥାନରେ ସୁଧୀର ବେହେରା ନାମରେ ଏକ ଏତଲା ଦେଇଛନ୍ତି। ଏଠି ଗୋଟିଏ ପ୍ରଶ୍ନ ଯାହାକି ସୁଧୀର ବେହେରା ଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ ସେ ଜଣେ ଶୁଣ୍ଢି ଜାତିର ଯାହାକି ଓ ବି ସି ଜାତି ର ମହିଳା ଅଟନ୍ତି l କିନ୍ତୁ ସେ ସୁଧୀର ବେହେରା ଙ୍କୁ ବିବାହ ପରେ ସେ ସଂଯୁକ୍ତା ସାହୁ ରୁ ସଂଯୁକ୍ତା ବେହେରା କରି ଜାତିକୁ sc ରେ ପରିବର୍ତ୍ତନ କରିଛନ୍ତି କିପରି ? ଯାହାକି ଏକ ଆଇନଗତ ଅପରାଧ । ଜାତି କେବଳ ଜନ୍ମ ଅନୁସାରେ ମହିଳାଙ୍କ ହୋଇଥାଏ ।ଜାତି କୌଣସି ପରିସ୍ଥିତିରେ ବଦଳିବା ର ବ୍ୟବସ୍ତା ନାହିଁ। ସଂଯୁକ୍ତା ସାହୁ ସୁଣ୍ଢି ଜାତି ର ହୋଇ ଚଞ୍ଚକତା କରି SC certificate ହାସଲ କରି ଦୀର୍ଘ ବର୍ଷ ଧରି ସରକାରଙ୍କ ଆଖିରେ ଧୁଳି ଦେଇ ମାସକୁ ମାସ ମୋଟା ଅଙ୍କର ଟଙ୍କା ଲୁଟି ଚାଲିଛନ୍ତି । ଏହା ବର୍ତମାନ ତଦନ୍ତ ପରିସର କୁ ଆସୁଵୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏହାର ଖୁଲସା କରିବାକୁ ସାମ୍ବାଦିକ ମୁଣ୍ଡ ଟେକିବା ପରେ ତାଙ୍କୁ ହତ୍ୟା ଧମ୍ମକ୍ ଦିଆଯାଉଛି । ଏଠି ସାମ୍ବାଦିକ ମାନଙ୍କୁ କେତେ ସୁରକ୍ଷା ଦିଆଯାଉଛି ଏବଂ ନ୍ୟାୟ ପ୍ରଦାନ କରାଯାଉଛି ତାହା ଦେଖିବା ପାଇଁ ଅପେକ୍ଷା ।


