ସାମ୍ବାଦିକ ମାନଙ୍କୁ  ସଂଘବଦ୍ଧ ଆକ୍ରମଣ ଘଟଣାରେ : ୩ ଜଣଙ୍କୁ ଗିରଫ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ହୋଇଥିବା ପାୟତ ନିର୍ବାଚନ ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ବାଛୋଳ ପାୟତ ବାମଦେବପୁର ଗ୍ରାମର ଲୋକେ କରିଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତ ହେଉଛନ୍ତି ଉପେନ୍ଦ୍ର ମଲ୍ଲିକ, ଛୋଟେଇ ମଲ୍ଲିକ, ବିଦ୍ୟାଧର ମଲ୍ଲିକ । ଏମାନେ ଘଟଣା ପରଠାରୁ ଫେରାର ରହିଥିଲେ । ପୁଲିସ ଏମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଆସୁଥିଲା । ଅଭିଯୁକ୍ତ ମାନେ ଗ୍ରାମକୁ ଫେରିଥିବାର ଖବର ପାଇ ବିଞ୍ଝାରପୁର ଥାନା ଆଇଆଇସି ରଞ୍ଜିତ ମହାନ୍ତି ଚଢାଉ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏଥିପୂର୍ବରୁ ଏହି ଘଟଣାରେ ଜଡିତ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମଲ୍ଲିକ ସମେତ ପୁଲିସ ୨୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ଘଟଣାରେ ଆଉ ତିନି ଜଣଙ୍କ ଗିରଫଦାରୀକୁ ନେଇ ମୋଟ ଗିରଫ ସଂଖ୍ୟା ୨୩ରେ ପହଁଚିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ